Below header

ଛାତି ଥରାଇ ଦେବ ‘ମୁମ୍ବାଇ ଡାଏରିଜ୍‌’ର ଟ୍ରେଲର, ବଖାଣିଛି ୨୬/୧୧ର କାହାଣୀ; ଦେଖନ୍ତୁ ଭିଡିଓ

ଗେଟ ୱେ ଅଫ୍‌ ଇଣ୍ଡିଆରେ ଲଞ୍ଚ୍‌ ହୋଇଛି ବହୁ ପ୍ରତୀକ୍ଷିତ ୱେବ୍‌ ସିରିଜ୍‌ ‘ମୁମ୍ବାଇ ଡାଏରିଜ୍‌ ୨୬/୧୧’ ର ଟ୍ରେଲର୍‌। ଏ ଅବସରରେ ମହାରାଷ୍ଟ୍ରର ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ଉପସ୍ଥିତ ରହି ମୁମ୍ବାଇ ଆକ୍ରମଣ ବେଳେ ନିଜ ଜୀବନକୁ ବାଜି ଲଗାଇଥିବା ଆଗଧାଡ଼ିର କାର୍ଯ୍ୟକର୍ତ୍ତା ଓ ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଦିତ୍ୟ ଠାକ୍‌ରେ କହିଛନ୍ତି, ମୁମ୍ବାଇର ଲୋକମାନେ ଖୁବ୍‌ ସାଧାରଣ। କିନ୍ତୁ ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ସେମାନେ ସାହସିକତା ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ବଳିଦାନର ଅନେକ କାହାଣୀ ରହିଛି। ଡାକ୍ତର, ନର୍ସ, ଓ୍ଵାର୍ଡ ବୟ, ପୋଲିସ, ବିଏମ୍‌ସି କର୍ମଚାରୀ ସମସ୍ତେ ଜଣେ ଜଣେ ଅସଲି ହିରୋ। ସେମାନେ ସଙ୍କଟ ସମୟରେ ସହରକୁ ଚାଲୁ ରଖିଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ସିରିଜ୍‌ରେ ଏକ ସରକାରୀ ହସ୍ପିଟାଲରେ ଘଟିଥିବା ଘଟଣା ଦର୍ଶାଯାଇଛି। ଆମାଜନ ପ୍ରାଇମ୍‌ ଭିଡିଓରେ ଏହି ୱେବ୍‌ ସିରିଜ୍‌ ରିଲିଜ୍‌ ହେବ।

ଏହି ଶୋ’ ବିଷୟରେ ଆଲୋଚନା କରିବା ଅବସରରେ ନିର୍ମାଣକର୍ତ୍ତା ନିଖିଲ ଆଡଭାନୀ ମଧ୍ୟ ଫ୍ରଣ୍ଟଲାଇନ୍‌ କର୍ମଚାରୀ ଓ ସମସ୍ତ ପରଦା ପଛର ହିରୋଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ୨୬/୧୧ରେ ବଳିଦାନ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଶୋ’ ସେପ୍ଟେମ୍ବର ୯ରେ ଆମାଜନ ପ୍ରାଇମ୍‌ରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.