ହେୟାର ସ୍ପା କରେଇବା ସମୟରେ ଏହି ସବୁ ଭୁଲ୍‌ କରି ବସିଥାଆନ୍ତି ମହିଳା, ଧ୍ୟାନ ନ ଦେଲେ ହୋଇପାରେ ସମସ୍ୟା

ରୁକ୍ଷ ଏବଂ ଶୁଷ୍କ କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହିଳାମାନେ ସାଧାରଣତଃ ହେୟାର ସ୍ପାର ସହାୟତା ନେଇଥାଆନ୍ତି। ଏହାଦ୍ୱାରା ଡ୍ୟାମେଜ୍‌ କେଶ ଠିକ୍‌ ହୋଇଯାଇଥାଏ। ଏଥିସହିତ ସିଲ୍କି ଏବଂ ମୁଲାୟମ ମଧ୍ୟ ରହିଥାଏ। ହେୟାର ସ୍ପା କରିବା ଦ୍ୱାରା ରୂପି ସମସ୍ୟାରୁ ବି ମୁକ୍ତି ମିଳିଥାଏ। ସ୍ପାରୁ କେଶର ବିକାଶ ବଢ଼ିଆ ହୋଇଥାଏ ଏବଂ ମୁଣ୍ଡର ତ୍ୱଚାକୁ ପ୍ରାକୃତିକ ଆର୍ଦ୍ରତା ମିଳିଥାଏ। କିନ୍ତୁ ସ୍ପା ସମୟରେ ଅନେକ ମହିଳା କେତେକ ପ୍ରକାରର ଭୁଲ୍‌ କରି ବସିଥାଆନ୍ତି, ଯଦ୍ଦ୍ଵାରା ସେମାନଙ୍କୁ ଫାଇଦା ମିଳିପାରି ନ ଥାଏ। ଏମିତିରେ ହେୟାର ସ୍ପା କରିବା ପୂର୍ବରୁ କିଛି କଥା ଉପରେ ଧ୍ୟାନ ରଖିବା ନିହାତି ଜରୁରୀ।

-ହେୟାର ସ୍ପା ପାଇଁ ପ୍ରଥମେ ଭଲ ସେଲୁନ ବାଛନ୍ତୁ।

-ହେୟାର ସ୍ପା କରେଇବାରେ ତରତର ହୁଅନ୍ତୁ ନାହିଁ। କାହିଁକିନା, ଏହାକୁ କରେଇବାରେ ସମୟ ଲାଗିଥାଏ। ହୋଇପାରିବ ଯଦି, ଘର ଆଖପାଖରେ ହିଁ ସ୍ପା ସେଣ୍ଟର ବାଛନ୍ତୁ।

-ସ୍ପା କରିବା ପୂର୍ବରୁ ଆପଣଙ୍କୁ ଜଣା ଥିବା ଦରକାର ଯେ ଆପଣଙ୍କ କେଶର ଟେକ୍ସଚର କେମିତି। ଏହାରି ହିସାବରେ ହେୟାର ସ୍ପା ନିଅନ୍ତୁ।

-ଏହି କଥା ଉପରେ ଧ୍ୟାନ ରଖନ୍ତୁ କି, ହେୟାର ସ୍ପା ସମୟରେ ବ୍ୟବହାର ହେଉଥିବା କ୍ରୀମ୍‌, କଣ୍ଡିଶନର, ତେଲ ଆଦି ଭଲ କ୍ୱାଲିଟିର ହୋଇଥିବା ଦରକାର। ନଚେତ୍‌ ଆପଣଙ୍କୁ ଆଲର୍ଜି ବି ହୋଇପାରେ।

-ଯଦି ଆପଣଙ୍କ କେଶ ବହୁତ ଅଧିକ ଡ୍ୟାମେଜ୍‌, ତା’ହେଲେ ମାସରେ ଦୁଇଥର ସ୍ପା କରନ୍ତୁ। ନହେଲେ ଗୋଟିଏ ଥର ହିଁ ଯଥେଷ୍ଟ।

-ହେୟାର ସ୍ପା ପୂର୍ବରୁ କେଶରେ ତେଲ ଲଗାନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.