ଯାଜପୁର: ମୌସୁମୀ ଅଧିବେଶନରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ପିହୁର ମା,ଜିଲ୍ଲାପାଳଙ୍କୁ ଭେଟିବା ପରେ ନେଲେ ନିଷ୍ପତ୍ତି

ଯାଜପୁର(କେନ୍ୟୁଜ୍):  ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣାକୁ ୧ ବର୍ଷ ବିତିଯିବା ପରେ ମଧ୍ୟ ତାର କୌଣସି ପତା ମିଳିପାରିନାହିଁ । ନିକଟରେ ଜାତୀୟ ମାନବାଧିକାର କମିଶନ ଘଟଣା ସଂପର୍କରେ ପୋଲିସ ଡିଜିଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ଏ ପଟେ ଆଜି ପିହୁର ମା ଯାଜପୁର ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଆଗାମୀ ମୌସୁମୀ କାଳୀନ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଅନୁମତି ମାଗିଛନ୍ତି ।

ଗତବର୍ଷ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଯିବାବେଳେ ତାଙ୍କ ବାଟ ଓଗାଳି ଥିଲା । ସେଥିପାଇଁ ପିହୁର ମା ମୋନାଲିସା ଆଜି ଜିଲାପାଳଙ୍କୁ ଭେଟି ନିଜର ଦାବୀପତ୍ର ପ୍ରଦାନ କରିଛନ୍ତି । ଗତବର୍ଷ ଅଗଷ୍ଟ ୯ ତାରିଖ ଦିନ ବିଂଝାରପୁର ଥାନା ମଧୁସୁଦନପୁର ଗାଁରୁ ନିଜ ମାମୁ ଘରୁ ପିହୁ ନିଖୋଜ ହୋଇଯାଇଛି । ଏହା ଏକ ଅପହରଣ ବୋଲି ଘଟଣା ପର ଠାରୁ ଅଭିଯୋଗ କରିଆସୁଛନ୍ତି ପିହୁର ମା । କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.