Below header

ଡାକ୍ତରଙ୍କ ପରାମର୍ଶ ଯୋଗୁ ବିମାନ ଯାତ୍ରା କରିପାରିବେନି ଅମିତାଭ ବଚ୍ଚନ, ‘ବ୍ରହ୍ମାସ୍ତ୍ର’ ଫିଲ୍ମ ପାଇଁ ମୁମ୍ବାଇକୁ ହିଁ ଶିମ୍‌ଲା କରିଦେଲେ ପ୍ରଯୋଜକ

ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଏବେ ଡାକ୍ତର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବିମାନ ଯାତ୍ରା ଉପରେ ରୋକ୍‌ ଲଗାଇଦେଇଛନ୍ତି। ତେଣୁ ନିର୍ମାତା କରଣ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ଏବେ ମୁମ୍ବାଇରେ ହିଁ ଚାଲିଛି। ଅମିତାଭଙ୍କର ଏହି ଶେଡ୍ୟୁଲ ଶିମ୍‌ଲାରେ ହେବାର ଥିଲା, କିନ୍ତୁ ଡାକ୍ତରଙ୍କ ପରାମର୍ଶ ଯୋଗୁ ବିଗ୍‌ ବି ଶିମ୍‌ଲା ଯାଇପାରିବେ ନାହିଁ। ଏହି କାରଣରୁ ଫିଲ୍ମରେ ପଇସା ଲଗାଇଥିବା କମ୍ପାନୀ ‘ଡିଜ୍‌ନୀ’ ତାଙ୍କ ପାଇଁ ମୁମ୍ବାଇରେ ହିଁ ଶିମ୍‌ଲା ଲୋକେଶନ କରିଦେଇଛି।

n22

n33

ଅୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା କରଣ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ଏବେ ଶେଷ ପଯ୍ୟର୍ାୟରେ ପହଞ୍ଚି ସାରିଲାଣି। ଆଉ ମାତ୍ର ଅଳ୍ପ ଦିନର ଶୁଟିଂ ବାକି ରହିଛି। ଆକ୍ସନ ଏବଂ ରୋମାଞ୍ଚରେ ଭରପୂର ଏହି କାଳ୍ପନିକ ଫିଲ୍ମ ପାଇଁ ମୁମ୍ବାଇରେ ଏକ ବିଶାଳ ସେଟ୍‌ ପ୍ରସ୍ତୁତ କରାଯାଇଛି। ଫିଲ୍ମ ସିଟି ମୁମ୍ବାଇରେ ହିଁ ହିମାଚଳ ପ୍ରଦେଶ କରାଯାଇଛି। ଏଠାରେ ଏକ ଶିବ ମନ୍ଦିର ନିର୍ମାଣ ହୋଇଛି, ଯାହାକି ପୂରା ସେଟ୍‌କୁ ଅଦ୍ଭୁତ ଆକର୍ଷଣ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.