Below header

ବିଗବସ୍‌-୧୫ର ବିଜୟିନୀ ହେଲେ ତେଜସ୍ୱୀ ପ୍ରକାଶ, ମିଳିଲା ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି

ମୁମ୍ବାଇ: ବିଗବସ୍‌-୧୫ର ବିଜୟିନୀ ହେଲେ ତେଜସ୍ୱୀ ପ୍ରକାଶ। ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ପହଞ୍ଚିବା ପରେ କରଣ କୁନ୍ଦ୍ରା ଓ ପ୍ରତୀକ ସହଜପାଳଙ୍କୁ ହରାଇ ବିଗବସ୍‌-୧୫ ଟ୍ରଫି ହାସଲ କରିଛନ୍ତି ତେଜସ୍ୱୀ । ତେଜସ୍ୱୀଙ୍କୁ ୪୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି। ଏହା ସହ ତାଙ୍କୁ ନାଗିନ ୬ରେ କାମ କରିବାକୁ ଅଫର ମିଳିଛି ।

teju

ଫିନାଲେରେ ଶ୍ରେଷ୍ଠ ୨ରେ ତେଜସ୍ୱୀ ଓ ପ୍ରତୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଶୋ’ରେ ଉପସ୍ଥିତ ସମସ୍ତ ଲୋକ ପ୍ରତୀକଙ୍କୁ ବିଜେତା ଭାବୁଥିଲେ। ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରତୀକଙ୍କ ନାଁ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥର ଟ୍ରଫି ତେଜସ୍ୱୀଙ୍କ ପାଖକୁ ଚାଲିଯାଇଛି। ବିଗବସ୍‌-୧୫ ବିଜୟିନୀ ତେଜସ୍ୱୀ ପ୍ରକାଶ ପ୍ରଥମେ କଲର୍ସର ଶୋ’ ‘ସ୍ୱରାଙ୍ଗିନୀ- ଜୁଡେ ରିସ୍ତୋଁ କା ସୋର’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ରୋହିତ ଶେଟ୍ଟୀଙ୍କ ଶୋ’ ‘ଖତରୋ କେ ଖିଲାଡି ସିଜନ-୧୦’ରେ ଦେଖାଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.