ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ, ଭାଇରାଲ ହେଉଛି ଭିଡ଼ିଓ

ବଲାଙ୍ଗୀର (କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ । ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫୦୦ ଟଙ୍କିଆ ନୋଟ୍‌ । ପକେଟରେ ବି ଧରିଛନ୍ତି ବିଡ଼ା ବିଡ଼ା ଟଙ୍କା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠେମେରା ପଞ୍ଚାୟତ ସରପଞ୍ଚ ପ୍ରର୍ଥୀ ଲକ୍ଷ୍ମୀକାନ୍ତ ବାଗ୍‌ ଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରିକି ନିଜ ହ୍ଵାଟସ୍‌ ଆପ୍‌ ଷ୍ଟାଟସରେ ପ୍ରଚାର ଓ ଟଙ୍କା ବାଣ୍ଟିବାର ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓ ଭାଇରାଲ ହେବା ପରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଲକ୍ଷ୍ମୀକାନ୍ତ ବାଗଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.