Below header

ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଆଜି କ’ଣ କହୁଛି ଆପଣ ଭାଗ୍ୟ

ମେଷ :

ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

ବୃଷ :

ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ।

ମିଥୁନ :

ପୁରୁଣା ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବିଦ୍ୟାରେ ଉନ୍ନତି ଘଟିବ ତଥା ନୂତନ କର୍ମ ପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲି ମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

କର୍କଟ :

ଆଶା ବାସ୍ତବତାରେ ପରିଣତ ହେବ। ଉଦ୍ୟମରେ ସଫଳତା ମିଳିବ। ନିର୍ବାଚନ ପ୍ରତିଦ୍ୱନ୍ଦିବାରେ ବିଜୟୀ ପାଇଁ ସ୍ୱତନ୍ତ୍ର ଭାବେ ପୂଜା କରିବେ। ବେକାରଙ୍କୁ ନିଯୁକ୍ତି ମିଳିବ। ଯାନବାହନ କ୍ଷେତ୍ରରେ ଉନ୍ନତି କରିବେ। ପରିବାରକୁ ନେଇ ଦୂର ଯାତ୍ରା କରିବେ। ପୂଜାପାଠରେ ଅଧିକ ସମୟ ଦେବେ।

ସିଂହ :

ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

କନ୍ୟା :

ବିଜୟୀ ହେବେ। କାର୍ଯ୍ୟଦକ୍ଷତା ପାଇଁ ପଦୋନ୍ନତିର ରାସ୍ତା ସରଳ ହେବ। ଦେହ ସୁସ୍ଥ ରହିବ। ସ୍ଥିତି ସୁଦୃଢ ରହିବ। ମନବଳ ଦ୍ୱିଗୁଣିତ ହେବ। ମନର ସନ୍ଦେହ ଦୂର ହେବ। ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।

ତୁଳା :

ରାଜନୀତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ। ଗୁପ୍ତ ବୈଠକ କରିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରିୟ ବନ୍ଧୁଙ୍କ ସହିତ ହସଖୁସିର ସମୟ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ବିଛା :

ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ।

ଧନୁ :

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶୃଙ୍ଖଳତା, କାର୍ଯ୍ୟଦକ୍ଷତା ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

ମକର :

ଆଶା ବାସ୍ତବତାରେ ପରିଣତ ହେବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆପଣଙ୍କର ଆନ୍ତରିକତା ପରିବାରକୁ ଏକଜୁଟ କରିବ। ପ୍ରଶଂସାର ପାତ୍ର ହେବେ। ସକରାତ୍ମକ ଭାବନା ବଜାୟ ରଖନ୍ତୁ। ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ।

କୁମ୍ଭ :

ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ରେ ପ୍ରଶଂସିତ ହେବେ।

ମୀନ :

ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.