Below header

୧୨ ରାଶିଙ୍କ ଆଜିର ଭାଗ୍ୟଫଳ ଜାଣନ୍ତୁ

ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟକ୍ଷେତ୍ରରେ କନିଷ୍ଠଙ୍କ ସହ ବିବାଦ ହୋଇପାରେ। କାହାକୁ ଧନ ଉଧାର ଦିଅନ୍ତୁ ନାହିଁ। ଆପଣ ବହୁତ ଖର୍ଚ୍ଚାନ୍ତ ହେବେ, ଯାହା ମୁଣ୍ଡବିନ୍ଧାର କାରଣ ସାଜିବ। ଅସହାୟଙ୍କୁ ନିଶ୍ଚୟ ସାହାଯ୍ୟ କରନ୍ତୁ। ମନରେ କ୍ରୋଧ ଆସିପାରେ।

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟକ୍ଷେତ୍ରରେ କନିଷ୍ଠଙ୍କ ସହ ବିବାଦ ହୋଇପାରେ। କାହାକୁ ଧନ ଉଧାର ଦିଅନ୍ତୁ ନାହିଁ।

ବୃଷ: ଆଜି ଆପଣ ବହୁତ ଖର୍ଚ୍ଚାନ୍ତ ହେବେ, ଯାହା ମୁଣ୍ଡବିନ୍ଧାର କାରଣ ସାଜିବ। ଅସହାୟଙ୍କୁ ନିଶ୍ଚୟ ସାହାଯ୍ୟ କରନ୍ତୁ। ମନରେ କ୍ରୋଧ ଆସିପାରେ।

ମିଥୁନ: ଆଜି ଆପଣ ବହୁତ ବ୍ୟସ୍ତ ରହିବେ। ନିଜ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପରିଜନଙ୍କ ସହିତ କଥା ହେବେ। ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ।

କର୍କଟ: କାହାକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଆଜି ଆପଣଙ୍କର ନୂଆ ଗାଡ଼ି କିଣିବାର ଇଚ୍ଛା ପୂରଣ ହେବ। ଆପଣଙ୍କର କିଛି ନୂଆ ସାଙ୍ଗ ହେବେ।

ସିଂହ: ଧାର୍ମିକ ଯାତ୍ରାରେ ଯିବାର ଯୋଗ ରହିଛି। ପୁରୁଣା ସମ୍ପତ୍ତିରୁ ଭଲ ଲାଭ ମିଳିପାରେ। ଧନ ସମ୍ବନ୍ଧରେ ଆପଣଙ୍କୁ କୌଣସି ସାହାଯ୍ୟ ମିଳିପାରେ।

କନ୍ୟା: ଶାରୀରିକ ଥକ୍କାପଣ ଅନୁଭବ ହେବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବାକୁ ଚେଷ୍ଟା କରିବେ। ଆଜି ନୂଆ ଜିନିଷ କିଣାକିଣି କରିପାରନ୍ତି।

ତୁଳା: ଆଜି ଆପଣଙ୍କୁ ପସନ୍ଦର ଭୋଜନ କରିବାକୁ ମଉକା ମିଳିବ। ସାଙ୍ଗମାନଙ୍କ ସହିତ ମଉଜ, ମସ୍ତିରେ ଦିନ କାଟିବେ। ପୁରୁଣା ସାଙ୍ଗଙ୍କୁ ଭେଟିବେ।

ବିଛା: ଆଜି ଆଳସ୍ୟ ତ୍ୟାଗ କରି ଆଗକୁ ବଢ଼ିବାକୁ ହେବ। ପରିବାରରେ ଛୋଟ ପିଲାଙ୍କ ସହିତ ସମୟ କାଟିବେ। ବିଜନେସ୍‌ରେ ଭଲ ଲାଭ ମିଳିପାରେ।

ଧନୁ: ତର ବରିଆ ଭାବେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଚିନ୍ତାଗ୍ରସ୍ତ ରହିବା କାରଣରୁ ସ୍ୱଭାବ ଚିଡ଼ଚିଡ଼ା ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ।

ମକର: ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ। ମା’, ବାପାଙ୍କ ଆଶୀର୍ବାଦ ନେଇ କୌଣସି କାମ ଆରମ୍ଭ କରିପାରନ୍ତି। ଶୁଭ ସୂଚନା ଶୁଣିବାକୁ ମିଳିବ।

କୁମ୍ଭ: ବାଣୀରେ ମଧୁରତା ବଜାୟ ରଖନ୍ତୁ। ଆଜି ହଠାତ୍‌ ଆପଣଙ୍କୁ ଲାଭ ମିଳିବ। କୌଣସି ପ୍ରଭାବଶାଳୀ ଲୋକଙ୍କୁ ଭେଟି ପାରନ୍ତି। ଟିକିଏ ଚିନ୍ତିତ ରହିବେ।

ମୀନ: କୌଣସି ସାଙ୍ଗ ସହିତ ବୁଲିବାକୁ ଯୋଜନା କରିବେ। ଆଜି ଆପଣଙ୍କୁ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ। ଆଜିର ଦିନ ମିଶ୍ରିତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.