Below header

ଆଜିର ରାଶିଫଳ! ଏବେଠୁ ପଢ଼ନ୍ତୁ ଓ ସେହି ଅନୁସାରେ କାମ କରନ୍ତୁ

ମେଷ : ଆଜି ଆପଣଙ୍କର ଦିନ ବହୁତ ଭଲରେ ବିତିବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସୁଖମୟ ପ୍ରସଂଗ ବନିବ। ଖର୍ଚ୍ଚ ହେବ, କିନ୍ତୁ ତାହା ନିରର୍ଥକ ହେବ ନାହିଁ। ଆର୍ଥିକ ଲାଭର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ। ମହିଳା ମିତ୍ରମାନଙ୍କ ସହିତ ଭେଟ ହେବ।

ବୃଷ : ଆଜିର ଦିନ ଆପଣଙ୍କପାଇଁ ଟିକେ ସାବଧାନ ରହିବାକୁ ପଡ଼ିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗଡି ପାରେ। କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଉଚିତ ନୁହେଁ। ମାନସିକ ଅଶାନ୍ତି ଏବଂ ଉଦ୍ଵେଗ ଆପଣଙ୍କ ମନରେ ଛାଇ ରହିବ।

ମିଥୁନ : ଆପଣଙ୍କର ଦିନ ଶୁଭ ଫଳଦାୟୀ ନୁହେଁ। ଘରେ ବାଦ-ବିବାଦର ବାତାବରଣ ରହିବ। ପରିବାରଜନମାନଙ୍କ ସହିତ ଏପରି ଘଟଣା ହୋଇପାରେ ଯାହା ଆପଣଙ୍କ ହୃଦୟକୁ ଅସୁବିଧା ହେବ। ଆପଣ ଶାରୀରିକ ଏବଂ ମାନସିକ ରୁପରେ ସୁସ୍ଥ ରହିବେ।

କର୍କଟ : ଆଜି ଆପଣଙ୍କୁ କୌଣସି ମଧ୍ୟ କାର୍ଯ୍ୟରେ ବିନା ବୁଝି ବିଚାରି ଭାଗ ନେବାକୁ ମନା କରାଯାଉଛି। ସାଥିମାନଙ୍କ ସହିତ ଭଲ ଭାବରେ ସମୟ କଟିବ। ଭାବନାତ୍ମକ ସମ୍ବନ୍ଧରେ ଆପଣ ନରମ ହେବେ। ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ଭେଟ ହେବ। ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ।

ସିଂହ : କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବିଭିନ୍ନ ପ୍ରକାର ଯୋଜନା କରିବେ । ଛାତ୍ରଛାତ୍ରୀମାନଙ୍କ ମନୋବଳ ଦୃଢ଼ ରହିବ।

କନ୍ୟା : କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ମହିଳାମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା : ଦିନଟି ବ୍ୟସ୍ତତା ଭିତରେ କଟିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ଅନଟନ ଦେଖାଦେବ। ଜୀବନସାଥୀଙ୍କ ସହ ନିବିଡ଼ତା ବଢ଼ିବ।

ବିଛା : ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଆପଣଙ୍କୁ ଚାପରେ ରଖିପାରେ । ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକକ୍ଷେତ୍ରରେ ସୁଦୃଢ଼ ରହିବ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।

ଧନୁ : କୋର୍ଟକଚେରି ମାମଲାରେ ଫଳ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ କ୍ଷତି ହୋଇପାରେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କ ରୁହନ୍ତୁ। ଜୀବନସାଥୀଙ୍କ ସହ କୌଣସି ଧାର୍ମିକସ୍ଥଳ ଭ୍ରମଣ କରିବାକୁ ଯାଇପାରନ୍ତି।

ମକର : ସାଧାରଣ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ହେତୁ ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ପର୍ଯ୍ୟଟନ ବ୍ୟବସାୟ ସହିତ ଜଡିତଥିଲେ ବଡ଼ ଧରଣର କାରବାର କରିପାରିବେ ।

କୁମ୍ଭ : ଆଜି ଆପଣ କୌଣସି କାର୍ଯ୍ୟକୁ ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି, ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ, ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ । ବହୁଦିନର ପ୍ରତିକ୍ଷିତ ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ମନ ଆନନ୍ଦିତ ହେବ ।

ମୀନ : ଆଜିର ଦିନ ଆପଣ ପାଇଁ ଶୁଭ ଫଳଦାୟୀ ହେବ। ଘରେ ତଥା ବ୍ୟବସାୟିକ ସ୍ଥଳରେ କାର୍ଯ୍ୟଭାର ରହିବ। ପ୍ରେମ କ୍ଷେତ୍ରରେ ଯଦି କୁଆଡେ ବୁଲିବାକୁ ଉଦ୍ଦେଶ୍ୟରେ କିଛି ଯୋଜନା କରୁଛନ୍ତି ସେଥିରେ ବି ଆପଣଙ୍କ ଖର୍ଚ୍ଚ ବଢ଼ିପାରେ ସେଥିପାଇଁ ଧନର ସଞ୍ଚୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧୀତ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ଆପଣଙ୍କୁ କୌଣସି ଶାରୀରିକ ପୀଡ଼ା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.