Below header

ଆଜିର ରାଶିଫଳ: ଏହି ରାଶିର ଲୋକଙ୍କୁ ଖୁସି ଖବର ମିଳିବ, ମନ ପ୍ରସନ୍ନ ରହିବ

ଆଜି କୌଣସି ବଡ଼ ଖୁସି ଖବର ମିଳିପାରେ। ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଖୁସିର ମାହୋଲ ରହିବ। କିଛି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

ମେଷ: ଆଜିର ଦିନ ବହୁତ ଭଲ। ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିପାରେ। ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଖୁସିର ମାହୋଲ ରହିବ।

ବୃଷ: ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ବିରୋଧୀମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। ଘରେ ପତ୍ନୀଙ୍କ ସହ ଝଗଡ଼ା ହୋଇପାରେ।

ମିଥୁନ: ଆଜି ଅତ୍ୟଧିକ କାର୍ଯ୍ୟ ହେତୁ ଶାରୀରିକ ଭାବରେ ଆପଣ କ୍ଳାନ୍ତ ଅନୁଭବ କରିବେ। ସାଥୀ ପ୍ରତାରଣା କରିପାରନ୍ତି। କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

କର୍କଟ: ଆପଣ କୌଣସି ବଡ଼ ଉତ୍ସବକୁ ଯାଇପାରନ୍ତି। ସେଠାରେ ଆପଣଙ୍କ ବ୍ୟକ୍ତିତ୍ୱକୁ ସମ୍ମାନ ମିଳିବ। ଆଜିର ଦିନଟି ଭଲ ହେବାକୁ ଯାଉଛି। ନିଜର ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ।

ସିଂହ: ଆଜି ଆପଣଙ୍କ ମନ ଖୁସି ରହିବ। ଆପଣ କିଛି ଭଲ ଖବର ପାଇବେ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ପତ୍ନୀଙ୍କ ସହ ମତଭେଦ ଦୂର ହେବ। ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ।

କନ୍ୟା: କୌଣସି ନୂତନ କାମ ଆରମ୍ଭ କରିବା ପୂର୍ବରୁ ଟିକେ ସତର୍କ ରୁହନ୍ତୁ। କୌଣସି ବି ବ୍ୟକ୍ତିଙ୍କ କଥାରେ ଆସନ୍ତୁ ନାହିଁ, ନଚେତ୍ ବଡ କ୍ଷତି ସହିବାକୁ ପଡିବ। ପାରିବାରିକ ମତଭେଦ ଦୂର ହେବ।

ତୁଳା: ନୂତନ ଯାନ କିଣିବାକୁ ଯୋଜନା ଥିଲେ, ସେଥିରେ ସଫଳ ହେବେ। ସମ୍ପତ୍ତିରେ ଏକ ବଡ଼ ପୁଞ୍ଜି ବିନିଯୋଗ କରିପାରନ୍ତି। ପାରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ।

ବିଛା: କୋର୍ଟରେ ଚାଲିଥିବା ବିବାଦରେ ଆପଣଙ୍କର ବିଜୟ ହେବ। ସାମାଜିକ-ରାଜନୈତିକ କ୍ଷେତ୍ରରେ ଆପଣଙ୍କ ଦବ୍‌ଦବା ରହିବ। ବ୍ୟବସାୟରେ ଏକ ଭାଗିଦାରୀରେ ଅଂଶଗ୍ରହଣ କରିପାରନ୍ତି।

ଧନୁ: ଆପଣ ଆଜି ଏକ ଯାତ୍ରାରେ ଯାଇପାରନ୍ତି। ଯାତ୍ରା ସମୟରେ ଜିନିଷପତ୍ରର ସୁରକ୍ଷା ପ୍ରତି ଧ୍ୟାନ ଦେବେ। ବଡ଼ ଆର୍ଥିକ ଲାଭ ହୋଇପାରେ। ବିବାଦରୁ ଦୂରେଇ ରୁହନ୍ତୁ।

ମକର: ଆପଣଙ୍କ ପାଇଁ ଦିନଟି ଜଟିଳ ହେବ। ପାରିବାରିକ ବିବାଦରେ ଫସିପାରନ୍ତି। ବ୍ୟବସାୟରେ ଆର୍ଥିକ କ୍ଷତି ଘଟିବ, ଯେଉଁ କାରଣରୁ ମାନସିକ ଚିନ୍ତା ରହିବ।

କୁମ୍ଭ: କୌଣସି ପୁରୁଣା ବିବାଦରେ ପଡ଼ିପାରନ୍ତି। ବ୍ୟବସାୟରେ ବିରୋଧୀ ଆପଣଙ୍କ କାମକୁ ବିଗାଡ଼ିବାକୁ ଚେଷ୍ଟା କରିବେ। ଆଜି ପତ୍ନୀଙ୍କ ସହ ମତଭେଦ ହୋଇପାରେ।

ମୀନ: ବ୍ୟବସାୟରେ ବଡ ଲାଭ ହେବାର ଯୋଗ ରହିଛି। କୌଣସି ସ୍ଥାନରୁ ଅଟକିଥିବା ପୁରୁଣା ଟଙ୍କା ଫେରି ପାଇବେ। ମନ ପ୍ରସନ୍ନ ରହିବ। ପରିବାରରେ ଶୁଭ କାମ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.