Below header

ବି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ଆଗାମୀ ଭାରତରେ ବହୁ ସଂଖ୍ୟକ ମଧ୍ୟମ ବର୍ଗ ସୃଷ୍ଟି ହେବେ

ଆଜିର ଗରିବ କାଲିର ମଧ୍ୟବିତ୍ତ। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତରେ ବହୁ ସଂଖ୍ୟାରେ ମଧ୍ୟବିତ୍ତ ବର୍ଗ ସୃଷ୍ଟି ହେବେ। ଦିଲ୍ଲୀରେ ଆୟୋଜିତ ବି-୨୦ ସମ୍ମିଳନୀରେ ଏହା କହିଛଂତି ପ୍ରଧନାମନ୍ତ୍ରୀ ମୋଦି। ଗରିବଂକ ହିତରେ କେନ୍ଦ୍ର ସରକାର କରୁଥିବା ବିଭିନ୍ନ ଯୋଜନା ଗରିବଂକୁ ମଧ୍ୟବିତ୍ତରେ ବଦଳାଇ ଦେବ।

ଆଜିର ଗରିବ କାଲିର ମଧ୍ୟବିତ୍ତ। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତରେ ବହୁ ସଂଖ୍ୟାରେ ମଧ୍ୟବିତ୍ତ ବର୍ଗ ସୃଷ୍ଟି ହେବେ। ଦିଲ୍ଲୀରେ ଆୟୋଜିତ ବି-୨୦ ସମ୍ମିଳନୀରେ ଏହା କହିଛଂତି ପ୍ରଧାନମନ୍ତ୍ରୀ ମୋଦି। ଗରିବଂକ ହିତରେ କେନ୍ଦ୍ର ସରକାର କରୁଥିବା ବିଭିନ୍ନ ଯୋଜନା ଗରିବଂକୁ ମଧ୍ୟବିତ୍ତରେ ବଦଳାଇ ଦେବ।

ଏମାନେ ଭାରତର ଅର୍ଥନୀତିକୁ ଗତିଶୀଳ କରାଇବେ । ଏମାନେ ସବୁଠୁ ବଡ଼ ଖାଉଟୀ ହେବେ। ଏମାନଂକ ନୂଆ ଆଶା ଆକାଂକ୍ଷା ଭାରତର ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ନେବ। ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଭାରତରେ ବହୁ ସଂଖ୍ୟାରେ ଏଭଳି ମଧ୍ୟମ ବର୍ଗ ସୃଷ୍ଟି ହେବେ ବୋଲି କହିଛଂତି ପ୍ରଧାନମନ୍ତ୍ରୀ ମୋଦି।

ଗରିବରୁ ମଧ୍ୟବିତ୍ତ ବର୍ଗକୁ ବଦଳୁଥିବା ଲୋକଂକୁ ନିଓ ମିଡିଲ କ୍ଲାସ ବୋଲି କହିଛଂତି ମୋଦି । ଅନ୍ୟପଟେ ଆଜି ବି-୨୦ ଅଧ୍ୟକ୍ଷତା ବ୍ରାଜିଲକୁ ହସ୍ତାନ୍ତର କରିଛି ଭାରତ। ଆଗାମୀ ବର୍ଷ ଅର୍ଥାତ ୨୦୨୪ରେ ବ୍ରାଜିଲରେ ଅନୁଷ୍ଠିତ ହେବ ବି-୨୦ ସମ୍ମିଳନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.