ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ, ୩ ଜୀବନ୍ତ ଦଗ୍ଧ

ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡରେ ୩ ଜୀବନ୍ତ ଦଗ୍ଧ । ସାନ୍ତାକ୍ରୁଜରେ ଥିବା ଗାଲାକ୍ସି ହୋଟେଲରେ ମଧ୍ୟାହ୍ନରେ ହଠାତ ନିଆଁ ଲାଗି ତିନି ଜଣ ମୃତ୍ୟୁବରଣ କରିଛନ୍ତି। କୌଣସି କାରଣରୁ ଦ୍ବିତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବାକୁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା।

ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପ୍ରୟାସ କରି ଥିଲେ। ଆଠଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ କୁପର ହସପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ହୋଟେଲରେ ନିଆଁ ଲାଗିବା ନେଇ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.