୩୦ ଘଣ୍ଟାର ଯାତ୍ରା ପରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିଲେ ୪ ମହାକାଶଚାରୀ, ୬ ମାସ ରହି କାର୍ଯ୍ୟ କରିବେ

ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିଲା ନାସାର ସ୍ପେସ୍ ଏକ୍ସ କ୍ରିୟୁ -୭ । ଗତକାଲି ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଡ୍ରାଗନ ସ୍ପେସକ୍ରାଫ୍ଟକୁ ସାଙ୍ଗରେ ନେଇ ମହାକାଶକୁ ଯାତ୍ରା କରିଥିଲା ଫାଲକନ ୯ ରକେଟ। ସ୍ପେସକ୍ରାଫ୍ଟରେ ଯାଇଥିଲେ ୪ ମହାକାଶଚାରୀ। ୩୦ ଘଣ୍ଟାର ଯାତ୍ରା ପରେ ଏମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ପହଞ୍ଚିଛି।

ଅର୍ବିଟିଂ ଲ୍ୟାବରେ କାର୍ଯ୍ୟ ଆରମ୍ଭ କରିଛଂତି । ଏମାନେ ସ୍ପେସ ଷ୍ଟେସନରେ ୬ ମାସ ରହି କାର୍ଯ୍ୟ କରିବେ। ପ୍ରାୟ ୨୦୦ରୁ ଅଧିକ ବିଜ୍ଞାନ ସମ୍ପର୍କିତ ପରୀକ୍ଷା ନିରୀକ୍ଷା କରିବେ। ଏଥିସହ ଚନ୍ଦ୍ର, ମଙ୍ଗଳ ଓ ଅନ୍ୟ ମହାକାଶ ମିଶନ ପାଇଁ ପ୍ରସତୁତି ଉପରେ ଗବେଷଣା କରିବେ।

ସ୍ପେସ ଷ୍ଟେସନକୁ ଯାଇଥିବା ମହାକାଶଚାରୀମାନେ ହେଲେ ନାସାର ମହାକାଶଚାରୀ ଜସ୍ମିନ ମୋଗବେଲ, ରସକସମସର କୋନଷ୍ଟାଣ୍ଟିନ ବୋରିସୋଭ, ଜାପାନ ସ୍ପେସ ଏଜେନ୍ସୀ ଜାକ୍ସାର ସତୋଷୀ ଫୁରୁକାୱା ଏବଂ ୟୁରୋପିଆନ ସ୍ପେସ ଏଜେନ୍ସୀର ମହାକାଶଚାରୀ ଆଣ୍ଡ୍ରିସ ମୋଗେନସେନ। ପୂର୍ବରୁ ସ୍ପେସ ଷ୍ଟେସନରେ ଥିବା ଅନ୍ୟ ୭ ମହାକାଶଚାରୀଙ୍କ ସହ ଏମାନେ ଯୋଗ ଦେଇଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.