Below header

ଗଦ୍ଦର-୨ ଫିଲ୍ମ ଦେଖିବାକୁ ଯାଇଥିବା ଯୁବକଙ୍କ ସିନେମା ହଲରେ ହାର୍ଟ ଆଟାକରେ ମୃତ୍ୟୁ, ଭିଡିଓ ଆସିଲା ସାମନାକୁ

ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀର ଏକ ସିନେମା ହଲରେ ଗଦ୍ଦର-୨ ଫିଲ୍ମ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ମୃତ୍ୟୁ ସମୟର ଏହି ଭିଡିଓ ଫିଲ୍ମ ହଲର ସିସିଟିଭିରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି ।

ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀର ଏକ ସିନେମା ହଲରେ ଗଦ୍ଦର-୨ ଫିଲ୍ମ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ମୃତ୍ୟୁ ସମୟର ଏହି ଭିଡିଓ ଫିଲ୍ମ ହଲର ସିସିଟିଭିରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି ।

ଯୁବକ ଜଣକ ସଦର ଥାନା ଦ୍ୱାରକାପୁର ବାସିନ୍ଦା । ଅଷ୍ଟକ ତିଓ୍ଵାରୀ (୩୨) ନାମକ ଏହି ଯୁବକ ଜଣକ ଆଜି (ଶନିବାର) ସନ୍ଧ୍ୟା ୭ଟା ୫୦ ରେ ଗଦ୍ଦର-୨ ଦେଖିବା ପାଇଁ ସିନେମା ହଲ ଯାଇଥିଲେ । ସିନେମା ହଲ ଗେଟ ନିକଟରେ ତାଙ୍କୁ ହାର୍ଟ ଆଟାକ ହୋଇଥିଲା । ସେଠାରେ ସେ ପଡ଼ିଯଇ ମୃତ୍ୟୁବରଣ କରିଥିଲେ ।

ହଲରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହା ରେକଡିଂ ହୋଇଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଫୋନରେ କଥା ହୋଇ ସିଡି ଚଢ଼ି ହଲରେ ପହଞ୍ଚିଥିଲେ । ଠିକ ହଲ ଭିତରେ ପହଞ୍ଚିବା ସମୟରେ ସେ ପଡିଯାଇଥିଲେ । ସେଠାରେ ଥିବା ଲୋକେ ତାଙ୍କୁ ଉଠାଇବାକୁ ଯାଇ ଦେଖନ୍ତି ତ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.