Below header

ଆଜିର ରାଶିଫଳ : ଜାଣନ୍ତୁ ମେଷଠୁ ମୀନ ଯାଏଁ କାହାର ଦିନ କେମିତି କଟିବ

ମେଷ : ଆଜି ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ମାଲି ମୋକଦ୍ଦମାରେ ବିଜୟୀ ହେବେ । ସରକାରୀ ସ୍ତରରୁ ଲାଭ ଉଠାଇବେ ।

ବୃଷ : ଯେକୌଣସି କାର୍ଯ୍ୟ ବରାଦ ହେଲେ ବି ସେଥିରେ ଉତ୍ସାହ ବୃଦ୍ଧି ପାଇବ । ପରିଶ୍ରମର ମୂଲ୍ୟ ମିଳିବ । କନ୍ୟା ସନ୍ତାନ ଆପଣଙ୍କ ପାଇଁ ଶୁଭଦାୟକ ହେବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । ତ୍ୟାଗପୁତ ଜୀବନଯାପନ କରିବେ ।

ମିଥୁନ : ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ଆୟ ବୃଦ୍ଧି ପାଇବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ ।

କର୍କଟ : ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ । ସ୍ୱାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ । ଅଯଥା କଥାରେ ରାଗନ୍ତୁ ନାହିଁ; ନଚେତ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।

ସିଂହ:  ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ । ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ । ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ ।

କନ୍ୟା : ଶାରୀରିକ ଯନ୍ତ୍ରଣା ଦେଖାଦେଇପାରେ । ମାନସିକ ଶାନ୍ତି ବଜାୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦୂରଯାତ୍ରା କରନ୍ତୁ ନାହିଁ ।

ତୁଳା : ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଦେବ । ରୋଜଗାର ପୂର୍ବଭଳି ହେବ । ବ୍ୟବସାୟ ଆଶାନୁରୂପକ ହେବ । ପାଖ ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

ବିଛା : ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଦେବ । ରୋଜଗାର ପୂର୍ବଭଳି ହେବ । ବ୍ୟବସାୟ ଆଶାନୁରୂପକ ହେବ । ପାଖ ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

ଧନୁ : ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ । ଦୂରଯାତ୍ରା ଶୁଭମୟ ।

ମକର : ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ । ଏଣେ ଯାହା ପାଇବା କଥା ତାହା ଠିକ୍ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ । ମିତ୍ର, ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।

କୁମ୍ଭ : ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବଂ ସଫଳ ହେବେ । ଧନଲାଭର ଯୋଗ ରହିଛି । ବିଦେଶ ଯିବା ଲୋକ ଶୁଭ ଖବର ପାଇବେ । ସ୍ୱାସ୍ଥ୍ୟ ବଢିଆ ରହିବ ।

ମୀନ : ନିଜ କାମ ପ୍ରତି ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ପାରିବାରିକ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ । ରାଜନୀତି ସହ ଜଡିତ ଲୋକମାନେ ନିର୍ବାଚନ ପରିବେଶକୁ ଦୃଷ୍ଟିରେ ରଖି କୌଣସି ମନ୍ତବ୍ୟ ଦେବା ଉଚିତ୍ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.