କିଟ୍‌ରେ ସର୍ବ ଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ଯୋଗ ପ୍ରତିଯୋଗିତା ଉଦଯାପିତ: ମହିଳା ଦଳରେ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ କଲା ହାସଲ 

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ରେ ସର୍ବ ଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୋଗ ପ୍ରତିଯୋଗିତା ଉଦଯାପିତ ହୋଇଛି । ମହିଳା ଟିମରେ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରି ଚାମ୍ପିଅନ ହୋଇଛି । ସେହିଭଳି ପୁରୁଷ ଦଳରେ ହରିୟାଣାର ଗୁରୁ ଜାମ୍ବେଶ୍ୱର ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରି ଚମ୍ପିଅନ ହୋଇଛି । ପୁରୁଷ ବ୍ୟକ୍ତିଗତ ବିଭାଗରେ ହରିଆଣାର ଜାମ୍ବେଶ୍ୱର ବିଶ୍ୱବିଦ୍ୟାଳୟର ରାମ ଗୋସ୍ୱାମୀ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମହିଳା ବ୍ୟକ୍ତିଗତ ବିଭାଗରେ ମହରିଶି ଦୟାନିଧି ବିଶ୍ଵବିଦ୍ୟାଳୟର ନେତୁ ନାଥ ପ୍ରଥମ ସ୍ଥାନ ହାସଲ କରିଛନ୍ତିି ।

ଭାରତର ୨୨୭ଟି କଲେଜରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍‌ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍‌ କ୍ରୀଡା ମହାନିର୍ଦ୍ଦେଶକ ଡ. ଗଗନେଦୁ ଦାଶ, ଅନ୍ତର୍ଜାତୀୟ ଯୋଗାସନ ସ୍ପୋର୍ଟ୍ସ ଫେଡେରେସନ୍‌ ସେକ୍ରେଟାରୀ ଡ. ଜୟଦୀପ ଆରିୟାଙ୍କ ସମେତ ଅନ୍ୟ ଅତିଥି ଓ ଯୋଗ ପ୍ରଶିକ୍ଷକ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.