Below header

କଟକ: ସିଏମସି ବୈଠକରେ ମାଇକ କଚାଡ଼ିବା ସହ ଗ୍ଲାସ ଭାଙ୍ଗିଲେ କାଉନସିଲର,ହୋ ହାଲ୍ଲା ସହ ହେଲା ପାଟିତୁଣ୍ଡ

କଟକ(କେନ୍ୟୁଜ୍):କଟକ ମହାନଗର ନିଗମ କାଉନସିଲ ବୈଠକରେ ବିରୋଧୀ କାଉନସିଲରଙ୍କ ତୁମୁଳକାଣ୍ଡ। ବୈଠକରେ ମାଇକ କଚାଡ଼ିବା ସହ ଗ୍ଲାସ ଭାଙ୍ଗିଲେ। ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି କାମକୁ ନେଇ କଂଗ୍ରେସ ଓ ବିଜେପି କର୍ପୋରେଟର ପ୍ରସଙ୍ଗ ଉଠାଇଥିଲେ। ବାଲିଯାତ୍ରରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ହୋ ହାଲ୍ଲା ସହ ପାଟିତୁଣ୍ଡ କରିଥିଲେ। ତେବେ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ ହେବ ବୋଲି କହିଛନ୍ତି ସିଏମସି କମିଶନର ନିଖିଲ ପବନ କଲ୍ୟାଣ।

ସମସ୍ତ କାମର ଆଭ୍ୟନ୍ତରୀଣ ଅଡିଟ ହେବ। କିଛି ଅନିୟମିତତା ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ। ତଦନ୍ତ ତା’ ବାଟରେ ଯିବ। ଚଳିତ ବର୍ଷ ବାଲିଯାତ୍ରା ବେଶ ସଫଳତାର ସହ ଆୟୋଜିତ ହୋଇଥିବା ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.