Below header

କିସ୍‌ କ୍ୟାମ୍ପସରେ ସନ୍ତରଣ ପ୍ରତିଯୋଗିତା ଉଦଯାପିତ: ୨୫୦ କଲେଜରୁ ଅଂଶଗ୍ରହଣ କରିଥିଲେ ୨ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): କିସ୍‌ କ୍ୟାମ୍ପସରେ ୪ ଦିନ ଧରି ଚାଲିଥିବା ସନ୍ତରଣ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଡ. ଜୟଦୀପ ଆରିୟା, ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଡ. ତପନ କୁମାର ପାଣିଗ୍ରାହୀ । ଏଥିରେ ୨୫୦ କଲେଜରୁ ପ୍ରାୟ ୨ ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ବ୍ୟକ୍ତିଗତ ବିଭାଗରେ ପୁରୁଷ ଓ ମହିଳା ସନ୍ତରଣ ପ୍ରତିଯୋଗିତାରେ ପୁରୁଷରୁ ଜୈନ ବିଶ୍ୱବିଦ୍ୟାଳୟର ଶ୍ରୀହରି ନଟରାଜ ଓ ମହିଳାରେ ଶ୍ରୁଙ୍ଗି ରାଜେଶ ବନ୍ଦେକର ଅଧିକ ଗୋଲ କରି ଚାମ୍ପିଅନ ହୋଇଛନ୍ତି । ଭାରତୀୟ ବିଶ୍ୱ ବିଦ୍ୟାଳୟ ସଂଘ ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.