୧୦୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନଙ୍କ ଦେହାନ୍ତ

କେନ୍ୟୁଜ୍‌(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କ ଦେହାନ୍ତ । ୧୦୦ ବର୍ଷ ବୟସରେ ହୀରାବେନଙ୍କ ପରଲୋକ ହୋଇଛି । ଭୋର ୩ଟା ୩୦ ମିନଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଦୁଇ ଦିନ ତଳେ ଅସୁସ୍ଥ ହେବାରୁ ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ହୀରାବେନଙ୍କୁ ଭର୍ତ୍ତି କରାଯାଇଥିଲା । ଗତ ଜୁନ ମାସରେ ୧୦୦ ବର୍ଷ ଜନ୍ମ ଦିନ ପାଳିଥିଲେ ହୀରାବେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ବାହାରିଛନ୍ତି । ହୀରାବେନ ୧୯୨୩ ଜୁନ ୧୮ରେ ଜନ୍ମଗ୍ରହଣ କରିଥିଲେ ।

ଛୋଟବେଳୁ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷ । ୬ ମାସ ବୟସରେ ମା’କୁ ହରାଇଥିଲେ । ଦାମୋଦରଦାସ ମୁଲଚାନ୍ଦ ମୋଦିଙ୍କ ସହ ହୋଇଥିଲା ବିବାହ। ଦାମୋଦର ଦାସ ସେତେବେଳେ ଚା’ ବିକ୍ରି କରୁଥିଲେ । ଉଭୟଙ୍କ ୬ ସନ୍ତାନ ହୋଇଥିଲେ । ତୃତୀୟ ସନ୍ତାନ ଥିଲେ ନରେନ୍ଦ୍ର ମୋଦି ।

ହୀରାବେନଙ୍କ ଜୀବନ ସଂଘର୍ଷମୟ ଥିଲା । ବହୁବାର ମୋଦି ନିଜ ମା’ଙ୍କ ସଂଘର୍ଷମୟ ଜୀବନ ବିଷୟରେ କୁହନ୍ତି । ଦାମୋଦରଦାସଙ୍କ ମୃତ୍ୟୁ ପରେ ହୀରାବେନଙ୍କ ଉପରେ ୬ ପିଲାଙ୍କ ଦାୟିତ୍ୱ ପଡିଥିଲା । ଘର ଚଳାଇବାକୁ ହୀରାବେନ ଅନ୍ୟ ଘରେ ବାସ ମାଜୁଥିଲେ ଓ ପାଣି ଭରୁଥିଲେ । ସାରା ଜୀବନ କଷ୍ଟରେ ସେ ୬ ସନ୍ତାନଙ୍କୁ ବଡ଼ କରିଥିଲେ । ପାଠ ପଢିନଥିଲେ ମଧ୍ୟ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଇଚ୍ଛୁକ ଥିଲେ । ମୋଦି ମା’ଙ୍କୁ ନିଜର ପ୍ରଥମ ଶିକ୍ଷକ ଭାବେ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.