Below header

ଗର୍ଭାବସ୍ଥା ସମୟରେ ନିୟମିତ ଖାଆନ୍ତୁ ଏହି ଜିନିଷ, ମା’ ଓ ଶିଶୁ ଉଭୟ ରହିବେ ସୁସ୍ଥ

ଗର୍ଭାବସ୍ଥା ସମୟରେ ଖାଦ୍ୟ ପେୟ ପ୍ରତି ଧ୍ୟାନ ରଖିବା ଖୁବ ଜରୁରୀ ହୋଇଥାଏ । ସୁସମ ଆହାର ଗ୍ରହଣ କରିବା ଦ୍ୱାରା ଉଭୟ ମା’ ଓ ଶିଶୁ ଉଭୟ ସୁସ୍ଥ ଓ ସୁରକ୍ଷିତ ରହିଥାନ୍ତି । ଆଉ ଯେଉଁ ଖାଦ୍ୟ ଗୁଡିକ ଶରୀର ପ୍ରତି କ୍ଷତିକାରୀ, ସେପରି ଖାଦ୍ୟ ସମ୍ପୂର୍ଣ୍ଣ ବର୍ଜନୀୟ । ଆଜି ଆମେ ଆପଣଙ୍କୁ ଏମିତି ଏକ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ସହଜରେ ଉପଲବ୍ଧ ହେବା ସହ ମା’ ଓ ଗର୍ଭାଶୟ ଶିଶୁ ପାଇଁ ଖୁବ ଲାଭଦାୟୀ ହୋଇଥାଏ ।

ତୁଳସୀ:

ଭାରତୀୟ ଆୟୁର୍ବେଦ ଶାସ୍ତ୍ରରେ ତୁଳସୀର ଏକ ବିଶେଷ ମହତ୍ତ୍ୱ ରହିଛି । ତୁଳସୀରେ ଅନେକ ଔଷଧୀୟ ଗୁଣ ମହଜୂତ ଅଛି | ସାଧାରଣତଃ ସମସ୍ତଙ୍କ ଘରେ ବି ତୁଳସୀ ଗଛ ନଜର ଆସିଥାଏ । ଏହା ହୁଏତ ଖୁବ ଜଣ ଜାଣିଥିବେ, ଗର୍ଭାବସ୍ଥା ସମୟରେ ତୁଳସୀ ସେବନ ଖୁବ ଫାଇଦା ଦାୟୀ ହୋଇଥାଏ । ଅନ୍ୟାନ ସଂକ୍ରମଣରୁ ବି ରକ୍ଷା ମିଳି ପାରିଥାଏ । ତୁଳସୀ ପତ୍ରରେ ଭରପୂର ମାତ୍ରାରେ ଆଣ୍ଟି ବ୍ୟାକ୍ଟେରିୟଲ ଗୁଣ ଥାଏ ।

pregnent

-ନିୟମିତ ସେବନ ଦ୍ୱାରା ମା’ ଓ ଶିଶୁ ଉଭୟ ସଂକ୍ରମଣରୁ ରକ୍ଷା ପାଇ ପାରନ୍ତି ।

– ଖାଲି ସେତିକି ନୁହେଁ ତୁଳସୀ ପାତ୍ରରେ ପ୍ରଚୁର ମାତ୍ରାରେ ଥିବା ମ୍ୟାଗନେସିୟମ ଗର୍ଭସ୍ଥ ଶିଶୁର ହାଡ ବିକାଶରେ ବି ସହାୟକ ହୋଇଥାଏ ।ଏହାବାଦ ମ୍ୟାଗନେସିୟମ୍ ମାନସିକ ସ୍ତରରେ ଏକ ପ୍ରକାର ସନ୍ତୁଳନ ରକ୍ଷା କରିଥାଏ ।

– ଏହାବାଦ ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରାଲ, ଆଣ୍ଟି ଫାଙ୍ଗଳା ଗୁଣ ଶରୀର ପାଇଁ ଏକ ରକ୍ଷା କବଚ ପରି କାମ କରିଥାଏ ।

– ଏମିତିରେ ତୁଳସୀରେ ଭିଟାମିନ -ଏ ମାତ୍ର ବି ଭରପୁର ମାତ୍ରାରେ ରହିଥାଏ । ଯାହା ଶରୀରର ଭିଟାମିନ ମାତ୍ରାକୁ ପୁରା କରିଥାଏ । ଗର୍ଭସ୍ଥ ଶିଶୁର ବିକାଶରେ ଏହି ଭିଟାମିନ ଖୁବ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.