Below header

କରୋନା ଭାଇରସ ଆକ୍ରାନ୍ତ ହେବା ପରେ ଏଭଳି ହୋଇଯାଉଛି ଫୁସ୍‌ଫୁସର ଅବସ୍ଥା, ଫଟୋ ହେଉଛି ଭାଇରାଲ

କରୋନା ଭୟ ଏବେ ସମସ୍ତ ମନରେ ରହିଛି। ଏହି ଭାଇରସ ସଂକ୍ରମତି ଯୋଗୁଁ ମଣିଷର ଫୁସଫୁସ୍‌ କିଭଳି ବରବାଦ ହେଉଛି, ତାହାର ପରୀକ୍ଷଣ ଡାକ୍ତର କରି ଦେଖିଛନ୍ତି। ଆମେରିକାର ଏକ ହସପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତା ୩୬୦ ଡିଗ୍ରୀ ଏବଂ ୩ଡି ଫଟୋ କ୍ଲିକ କରିଛନ୍ତି। ଏହି ଫଟୋ ଜରିଆରେ କିଳଭି କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ଦୁଇଟି ଫୁସଫୁସକୁ ବରବାଦ କରୁଛି, ତାହାର ଫଟୋ ସେୟାର କରିଛନ୍ତି। ଏହି ଭାଇରସ ଆକ୍ରାନ୍ତ ବ୍ୟକ୍ତିର ଫୁସଫୁସରେ ଖୁବ୍‌ ଜଲଦି ବ୍ୟାପିଥାଏ।

lungs 1

ରିପୋର୍ଟ ମୁତାବକ, ଫଟୋ ନେବାର କିଛିଦିନ ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତିଙ୍କ ଫୁସଫୁସ୍‌ରେ କୌଣସି ଲକ୍ଷଣ ଦେଖାଯାଉନଥିବା ବେଳେ ହଠାତ୍‌ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଭେଣ୍ଟିଲେଟରେ ତାଙ୍କୁ ରଖିବା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନଥିଲା। ଏହି ଫଟୋ ଜରିଅରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଫୁସଫୁସକୁ କିଭଳି କରୋନା ଭାଇରସ ଆକ୍ରାନ୍ତ କରୁଛି ଏବଂ ଫୁସଫୁସର ଟିସୁକୁ ବରବାଦ କରୁଛି, ତାହା ଦେଖିବାକୁ ମିଳିଥିଲା।

ll

ଜଜ୍‌ ଓ୍ଵାଶିଂଟନ ୟୁନିଭରସିଟିର ଡାକ୍ତର କେଥ ମୋର୍ଟମ୍ୟାନ ଏବଂ ତାଙ୍କ ଟିମ୍‌ କରୋନା ଭାଇରସ ପୀଡିତ ବ୍ୟକ୍ତିଙ୍କ ଫୁସଫୁସର ଫଟୋ ଆଧାରରେ ଭରଚୁଆଲ ରିଆଲିଟି ଭିଡିଓ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ପ୍ରଥମରୁ ପୀଡିତ ବ୍ୟକ୍ତିଙ୍କ ଠାରେ ଜ୍ୱର ଏବଂ କଫର ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.