ଲକଡାଉନ୍ ଯୋଗୁ ନିକଟତର ହେଉଛନ୍ତି ପ୍ରେମୀଯୁଗଳ, ବଢୁଛି ଅନଲାଇନ୍ କଣ୍ଡୋମ୍ ବିକ୍ରି

କରୋନା ଭାଇରସ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିଲେ ମଧ୍ୟ କିଛି ଲୋକଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଛି। ଗୋଟେ ପଟେ କରୋନା ଯୋଗୁ ଲୋକେ ଘରୁ ବାହାରିପାରୁନଥିବା ନେଇ ଅଭିଯୋଗ କରୁଥିବା ବେଳେ ଅନ୍ୟପଟେ ଦମ୍ପତିଙ୍କ ପାଇଁ ଏହି ସମୟ ବେଶ ଉପଭୋଗ୍ୟ ପ୍ରମାଣିତ ହୋଇଛି। ଘରେ ରହୁଥିବାରୁ ଲୋକମାନେ ଅଧିକ କଣ୍ଡୋମ ଅର୍ଡର କରୁଥିବା ଜଣାଯାଇଛି।

corona

ବର୍ତ୍ତମାନ ଲକଡାଉନ ଯୋଗୁ ଏବେ ସମସ୍ତେ ଘରେ ବନ୍ଦୀ ଅଛନ୍ତି। ବାହାରକୁ ଯାଇ ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିପାରୁନଥିବାରୁ ଲୋକେ ଏବେ ୨୪ ଘଣ୍ଟା ଘରେ ବସିରହୁଛନ୍ତି। ଏଣୁ ପୂର୍ବରୁ ସ୍ତ୍ରୀ ଓ ପ୍ରେମିକାଙ୍କୁ ସମୟ ଦେଇପାରୁନଥିବା ଲୋକେ ଏବେ ସେମାନଙ୍କ ପ୍ରତି ଆଗ୍ରହ ଦେଖାଇଛନ୍ତି। ଫଳରେ ଏବେ ଅନେକ ଦମ୍ପତି କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଅର୍ଡର କରୁଥିବା ଇ-କମର୍ସ ସାଇଟର ତଥ୍ୟରୁ ଜଣାପଡିଛି। ଅଧିକ ପରିମାଣରେ ଏହି ଦୁଇଟି ଜିନିଷ ଅର୍ଡର କରାଯାଉଛି।

love2

କରୋନା ଭାଇରସର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିଥିବାରୁ ଏବେ ସମଗ୍ର ଦୁନିଆରେ ମାନ୍ଦାବସ୍ଥା ଜାରିରହିଛି। ମାତ୍ର କଣ୍ଡୋମ କମ୍ପାନୀ ଏବେ ମାଲାମାଲ ହେଉଥିବା ଜଣାଯାଇଛି। ୨୦୩୩ ପର୍ଯ୍ୟନ୍ତ ଏଭଳି ସ୍ଥିତିରେ ଲାଗିରହୁ ଫଳରେ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ତିଆରି କରୁଥିବା କମ୍ପାନୀ ଲାଭବାନ ହେବେ ବୋଲି ସେମାନେ ମଜାଳିଆ ଢଙ୍ଗରେ କହିଛନ୍ତି।

Coronavirus: face masks sell out but are unlikely to stop germs ...

ଏହା ବ୍ୟତୀତ ଅନଲାଇନରେ ଏବେ ସବୁଠାରୁ ଅଧିକ ମାସ୍କ ବିକ୍ରି ହେଉଥିବା ଇ-କମର୍ସ କମ୍ପାନୀ ସୂଚନା ଦେଇଛନ୍ତି। ମାସ୍କର ଷ୍ଟକ ସରିଯାଇଥିବାରୁ ଲୋକେ କ୍ଲୋରୋକୁଇନ ଓ ଭିଟାମିନ ସି ଅର୍ଡର କରୁଥିବା ଦକ୍ଷିଣ ଦିଲ୍ଲୀର ଜଣେ ବ୍ୟବସାୟୀ ସୂଚନା ଦେଇଛନ୍ତି। ଏଭଳି ମହାମାରୀ ସମୟରେ ଲୋକେ ଘରେ ରହୁଥିବାରୁ ଏହା କରୋନା ରୋକିବାରେ ସହାୟକ ହେବ ବୋଲି ଡାକ୍ତର ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.