ଭୁଲରେ ବି ଖୋଲନ୍ତୁନି କରୋନା ଭାଇରସର ଏସବୁ ନକଲି ୱେବସାଇଟ୍, ଲିଷ୍ଟ ଜାରି କରି ସଚେତନ କଲା ପୋଲିସ

ଭାରତରେ କରୋନା ଭାଇରସର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଏବେ ସମସ୍ତେ ଚିନ୍ତାରେ ଅଛନ୍ତି। ଏଣୁ କୋଭିଡ-୧୯ ବିଷୟରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ଲାଗିପଡିଛନ୍ତି। ଗୋଟେ ପଟେ ସରକାର କରୋନା ଭାଇରସକୁ ନେଇ ଲୋକଙ୍କୁ ସଚେତନ କରୁଥିବା ବେଳେ ଅନ୍ୟପଟେ ଚୋରମାନେ ଅନଲାଇନ ଠକେଇ କରିବାର ନୂଆ ସୁଯୋଗ ଖୋଜୁଛନ୍ତି। ହ୍ୟାକରମାନେ କରୋନା ଭାଇରସ ନାଁରେ ନକଲି ଆକାଉଣ୍ଟ ଖୋଲି ଲୋକଙ୍କୁ ନିଜ ଶିକାର ବନାଉଥିବା ଦେଖିବାକୁ ମିଳିଛି।
ଦିଲ୍ଲୀ ପୋଲିସର ସାଇବର ଡିଭିଜନ କରୋନା ଭାଇରସ ନାଁ ରେ ତିଆରି ହୋଇଥିବା ଏକ ନକଲି ୱେବସାଇଟରୁ ଦୂରରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି। ଦିଲ୍ଲୀ ପୋଲିସରେ ଟ୍ୱିଟ କରି ଏଭଳି କାରବାରରେ ସମ୍ପୃକ୍ତ କିଛି ୱେବସାଇଟର ଲିଷ୍ଟ ଜାରି କରିଛି। ସାଧାରଣ ଲୋକଙ୍କୁ ଏସବୁ ୱେବସାଇଟ୍ ନ ଖୋଲିବାକୁ ପରାମର୍ଶ ଦେଇଛି ଦିଲ୍ଲୀ ପୋଲିସ। ପୂର୍ବରୁ ସାଇବର ସିକ୍ୟୁରିଟି ଫର୍ମ Recorded Future ମଧ୍ୟ ଏଭଳି ଲିଷ୍ଟ ଜାରି କରିଥିଲା।
Following domains are listed as potentially dangerous domains, please don’t open them:-
coronavirusstatus[.]space
coronavirus-map[.]com
blogcoronacl.canalcero[.]digital
coronavirus[.]zone
coronavirus-realtime[.]com
coronavirus[.]app
bgvfr.coronavirusaware[.]xyz
(1/2)#StaySafe— DCP Cybercrime (@DCP_CCC_Delhi) March 25, 2020
କେବଳ ଏତିକି ନୁହେଁ ଦିଲ୍ଲୀ ପୋଲିସ ତରଫରୁ କୌଣସି ଫେକ ମେସେଜ ଉପରେ ମଧ୍ୟ ଭରସା କରିବାକୁ ମନା କରାଯାଇଛି। କେତେକ ହ୍ୟାକର ଲୋକଙ୍କୁ Coronavirus safety mask ଦେବା ବାହାନାରେ ନିଜ ଶିକାର ବନାଉଥିବା ଦେଖାଯାଇଛି। ଏଭଳି ମେସେଜକୁ ଅଣଦେଖା କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି।