ହାଡ ମଜବୁତ କରିବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ଖଜୁରୀ, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

ରମଜାନ ମାସ ଗତ କିଛିଦିନ ହେଲାଣି ଆରମ୍ଭ ହୋଇଗଲାଣି। ରମଜାନ ମାସରେ ଖଜୁରୀ ଖାଇବାର ମହତ୍ତ୍ୱ ରହିଥାଏ। ରମଜାନରେ ସହରୀ ଏବଂ ଇଫତାରରେ ଖଜୁରୀ ଖିଆଯାଏ। ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ପୁଷ୍ଟିକର ହୋଇଥାଏ। ପ୍ରତ୍ୟେକ ଦିନ ଖଜୁରୀ ଖାଇବା ଦ୍ବାରା ଅନେକ ପ୍ରକାର ଲାଭ ମିଳିଥାଏ।

ଏଥିରେ ପ୍ରଚୁର ପରିମାଣରେ ମିନେରାଲ, ଫାଇବର ଏବଂ ଭିଟାମିନ ରହିଥାଏ। ଗୋଟିଏ ଖଜୁରୀରେ ପୋଟାସିୟମ ୬୯୬ ଏମଜି, ମ୍ୟାଗ୍ନେସିୟମ ୫୪ ଏମଜି, ଭିଟାମିନ-ବି ୬.୦୨ ଏମଜି, ଫାଇବର ୬.୭ ଏମଜି, ମାଙ୍ଗାନିଜ ୦.୩ ଏମଜି ଏବଂ କପର ୦.୪ ଏମଜି ରହିଥାଏ। ଏଥିରେ ପ୍ରାକୃତିକ ସୁଗାର ଅଧିକା ରହିଥାଏ। ଏହି କାରଣରୁ ଏହାକୁ ଖାଇବା ପରେ ମିଠା ଖାଇବା ଅନୁଚିତ।

ଖଜୁରୀରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଅଧିକ ରହିଥାଏ। ଯାହା ଅନେକ ପ୍ରକାର ରୋଗ ସହିତ ଲଢିବାରେ ସକ୍ଷମ ହୋଇଥାଏ। ଖଜୁରୀରେ ଫ୍ଲାବୋନାଇଡସ୍‌, କେରୋଟେନାଇଡସ୍‌, ଫେନୋଲିକ ଏସିଡ ରହିଥାଏ। ଆପଣ ଚିନି ବିକଳ୍ପରେ ଖଜୁରୀକୁ ଖାଇପାରିବେ। ଏହାଛଡାହାଡ ମଜବୁତ କରିବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ଖଜୁରୀ

-ଖଜୁରୀରେ ସେଲୋନିୟମ, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ରହିଥାଏ, ଯାହା ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ କ୍ୟାନସର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

dates

-ଖଜୁରୀରେ ଥିବା ସାଲ୍ୟୁବଲ ଫାଇବର ପାଚନ ପକ୍ରିୟାକୁ ସଠିକ ରୂପେ ନିୟନ୍ତ୍ରିତ କରିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା ପାଚନ ସମସ୍ୟା ହୋଇନଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

-ଖଜୁରୀରେ ଆୟରନର ମାତ୍ରା ଅଧିକା ରହିଥାଏ, ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରା ଅଧିକ କରିବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ମହିଳା, ଛୋଟପିଲାମାନେ ଏନିମିଆ ରୋଗରେ ପୀଡିତ ହୋଇଥାନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଖଜୁରୀ ସେବନ କଲେ ଲାଭ ମିଳିଥାଏ।

Leave A Reply

Your email address will not be published.