Below header

ପ୍ରତିଦିନ ଖାଲିପେଟରେ ପିଅନ୍ତୁ ପିଆଜ ପାଣି, ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ଯ

ଆପଣଙ୍କ ରୋଷେଇ ଘରେ ପିଆଜ ନିଶ୍ଚିତ ରହିଥିବ। ପିଆଜକୁ ପ୍ରତ୍ଯେକ ଖାଦ୍ଯରେ ବ୍ଯବହାର କରାଯାଏ। ସାଲାଡ ଠାରୁ ଆରମ୍ଭ କରି ମସଲା ପର୍ଯ୍ଯନ୍ତ ପିଆଜର ଡିମାଣ୍ଡ ସବୁଥିବେ ଅଧିକ। ପିଆଜ ଅନେକ ପ୍ରକାର ରୋଗକୁ ଠିକ୍ କରିବାରେ ରାମବାଣ ଭଳି କାମ କରିଥାଏ। କିନ୍ତୁ ପିଆଜ ପାଣିର ଫାଇଦା ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ?

– ଖରାଦିନରେ ପ୍ରବଳ ଗରମ ହୋଇଥାଏ। ଏଥିରୁ ବଞ୍ଚିବା ପାଇଁ ଆପଣ ପିଆଜ ପାଣି ପିଇ ପାରିବେ। ପାଦ ଜଳାପୋଡାରୁ ବଞ୍ଚିବା ପାଇଁ ପାଦ ତଳେ ପିଆଜ ପାଣି ଲଗାଇଲେ ଆରାମ ମିଳିଥାଏ।

– ଯଦି ଆପଣଙ୍କୁ ଥଣ୍ଡା କାଶର ସମସ୍ଯା ଦେଖାଦିଏ, ତେବେ ଚିନ୍ତା ନ କରି ପିଆଜ ପାଣି ପିଅନ୍ତୁ। ପିଆଜ ପାଣିରେ ମହୁ ମିଶାଇ ପିଅନ୍ତୁ, କିଛିଦିନରେ ଆପଣଙ୍କୁ ଜବରଦସ୍ତ ଫାଇଦା ମିଳିବ।

– ପିଆଜ ପାଣି ପିଇବା ଦ୍ବାରା ଗ୍ଯାଷ୍ଟ୍ରିକ ସିଣ୍ଡ୍ରୋମ ଏବଂ କୋଷ୍ଠକାଠିନ୍ଯ ଭଳି ସମସ୍ଯାରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଫାଇବର ପେଟକୁ ସଫା କରିଥାଏ।

– ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିବା ପାଇଁ ପିଆଜ ରାମବାଣ ହୋଇଥାଏ। ତେଣୁ ପିଆଜ ପାଣିରେ ଚିନି ମିଶାଇ ପିଅନ୍ତୁ, ତୁରନ୍ତ ଆରମ ମିଳିବ।

– ପିଆଜର କ୍ରୋମିଅମ ଭରପୂର ମାତ୍ରାରେ ରହିଥାଏ। ଯାହା ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ସହିତ ବ୍ଲଡ ସର୍କୁଲେସନକୁ ଠିକ୍ କରିଥାଏ।

– ପିଆଜ ପାଣିରେ ହାର୍ଟ ଆଟାକ ହେବାର ବିପଦ କମ୍ ରହିଥାଏ। ଏହା ନ୍ଯାଚୁରାଲ ବ୍ଲଡ ଥିନର ଭଳି କାମ କରିଥାଏ।

– ପିଆଜରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରୁଚର ମାତ୍ରାରେ ରହିଥାଏ। ଯାହା ମେଟାବଲୋଜିମକୁ ସଠିକ୍ ରଖିଥାଏ। ଏହା ସହିତ ସକାଳୁ ଖାଲିପେଟରେ ପିଆଜ ପାଣି ପିଇଲେ ଫ୍ଯାଟ୍ ବର୍ନ ହୋଇଥାଏ।

କେମିତି ପ୍ରସ୍ତୁତ କରିବେ ପିଆଜ ପାଣି ?

୨ଟା କଟା ହୋଇଥିବା ପିଆଜ, ୧ କପ ପାଣି, ୧ ଚାମଚ ଳେମ୍ବୁ ରସ, ୧ ଚାମଚ ସୈନ୍ଧବ ଲବଣ।
ପ୍ରଥମେ ପିଆଜକୁ ଭଲଭାବେ ପେଷ୍ଟ କରି ସେଥିରେ ଲେମ୍ବୁ ରସ, ପାଣି ଏବଂ ଲୁଣ ପକାଇ ପିଅନ୍ତୁ।

ବି.ଦ୍ର: କୌଣସି ଘରୋଇ ଉପାୟ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.