୩୦ ହଜାରରେ ମିଳୁଛି ୮୦ ହଜାର ଟଙ୍କାର ସ୍ମାର୍ଟଫୋନ, LG Wingରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ

ଯଦି ଆପଣଙ୍କୁ ମହଙ୍ଗା ଫୋନ ଶସ୍ତାରେ ମିଳିଯାଏ, ତେବେ ଆପଣ କ’ଣ କରିବେ ? ଆପଣ ନିଶ୍ଚିତ ଲୋଭ କରିବେ। ଏମିତି ଏକ ସୁବର୍ଣ୍ଣ ସୁଯୋଗ ଖୁବଶୀଘ୍ର ଆପଣଙ୍କୁ ମିଳିବ। ୮୦ ହଜାର ଟଙ୍କାରେ ବିକ୍ରି ହେଉଥିବା ସ୍ମାର୍ଟଫୋନ ଆଜିଠାରୁ ୩୦ ହଜାର ଟଙ୍କାରୁ କମ୍ ଦାମରେ ମିଳିବ।

ଫ୍ଲିପକାର୍ଟ ୱେବସାଇଟ ଅନୁସାରେ, LG Wing ସ୍ମାର୍ଟଫୋନର ଦାମ୍ ୮୦ ହଜାର ଟଙ୍କା ରହିଛି। ଏହାର ଖାସ୍ ଡିଜାଇବା ପାଇଁ ଗତବର୍ଷେ ହେଲାଣି ଏହାର ଦାମରେ କୌଣସି ପରିବର୍ତ୍ତନ ଦେଖାଯାଇନି। କିନ୍ତୁ ଏପ୍ରିଲ ୧୩ରୁ ଏହି ଫୋନରେ ୫୦ ହଜାର ଡିସକାଉଣ୍ଟ ମିଳିବ। ଏବେ ଏହି ଫୋନ ୨୯,୯୯୯ ଟଙ୍କା ଦାମରେ ମିଳିବ।

ସୂଚନା ମୁତାବକ, ଇ-କର୍ମସ କମ୍ପାନୀ ଫ୍ଲିପକାର୍ଟରେ ଆଜିଠାରୁ ଏହି ସେଲ ଆରମ୍ଭ ହେଉଛି। ଏହି ଫୋନକୁ ବହୁତ କମ୍ ଦାମରେ ଅନଲାଇନ ଜରିଆରେ ଅର୍ଡର କରିପାରିବେ। LG ଖୁବଶୀଘ୍ର ନିଜର ମୋବାଇଲ ବିଜନେସ ସଂପୂର୍ଣ୍ଣ ବନ୍ଦ କରିବାକୁ ଯାଉଛି। ଏତେ ବଡ ମାତ୍ରାରେ କ୍ଷତି ସହିବା ପରେ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ। ଚଳିତବର୍ଷ ଜୁଲାଇ ୩୧ରୁ ସଂପୂର୍ଣ୍ଣ ଭାବେ LG ମୋବାଇଲ କମ୍ପାନୀ ବନ୍ଦ ହୋଇଯିବ।

lg lap

ଏହି ଫୋନ ଓରୋରୋ ଗ୍ରେ ଏବଂ ଇଲ୍ୟୁସନ ସ୍କାଏ ରଙ୍ଗ ଭାରିଅଣ୍ଟରେ ମିଳିବ। ୬.୮ ଇଞ୍ଚର ଫୁଲ ଏଚଡି ପ୍ଲସ ସହିତPOLED ଡିସପ୍ଲେ ରହିଛି। ଯହାର ରେସିଓ ୨୦:୫:୯ ରହିଛି ଏବଂ ଦ୍ୱିତୀୟ ଡିସପ୍ଲେ ୩.୯ ଇଞ୍ଚର ସହତOLED ରହିଛି। ଏପର୍ଯ୍ୟନ୍ତ ଫୋନର ମୂଲ୍ୟ ବିଷୟରେ କିଛି ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.