କ’ଣ ପାଇଁ ଶନିଦେବଙ୍କ ମୂର୍ତ୍ତି କିମ୍ବା ଫଟୋ ଘରେ ପୂଜା କରାଯାଏ ନାହିଁ, ଜାଣନ୍ତୁ ଏହା ପଛର କାରଣ

ହିନ୍ଦୁ ଧର୍ମରେ କୋଟି କୋଟି ଦେବାଦେବୀଙ୍କୁ ପୂଜା କରାଯାଏ । ଆମ ଘରେ ଭଗବାନ ଶିବ, ଗଣେଶ, ହନୁମାନ, କୃଷ୍ଣଙ୍କ ଠାରୁ ନେଇ ମାଆ ଦୁର୍ଗାଙ୍କର ଫଟୋ ବା ମୂର୍ତ୍ତି ଥାଏ କିନ୍ତୁ କୌଣସି ବି ଘରେ ଶନିଦେବଙ୍କର ଫଟୋ ବା ମୂର୍ତ୍ତି ରଖାଯାଇ ନଥାଏ। ଶାସ୍ତ୍ର ଅନୁସାରେ ଶନିଦେବ ସୂର୍ଯ୍ୟଙ୍କର ପୁତ୍ର । କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଘରେ ପୂଜା କରିବାରେ ବାରଣ ରହିଛି। ଏହା ପଛରେ ଏକ ଧାର୍ମିକ ମାନ୍ୟତା ରହିଛି ଯେ, ଶନିଦେବଙ୍କୁ ଅଭିଶାପ ମିଳିଥିଲା। ସେ ଯାହାକୁ ବି ଦେଖନ୍ତି ତାର ଖରାପ ହୋଇଯାଏ । ଏହି କାରଣରୁ ଶନିଦେବଙ୍କର ଦୃଷ୍ଟି ସିଧା ଆମର ଜୀବନ ଉପରେ ନପଡ଼ୁ, ଏଥିପାଇଁ ତାଙ୍କ ମୂର୍ତ୍ତି ବା ଫଟୋ ଘରେ ରଖାଯାଇ ନଥାଏ ।

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ସୂର୍ଯ୍ୟଙ୍କର ପତ୍ନୀ ଛାୟାଙ୍କ ଗର୍ଭରୁ ଶନି ଦେବଙ୍କର ଜନ୍ମ ହୋଇଥିଲା । ଯେବେ ଶନି ଛାୟାଙ୍କର ଗର୍ଭରେ ଥିଲେ, ସେତେବେଳେ ସେ ଭଗବାନ ଭୋଳାନାଥଙ୍କର ଭକ୍ତିରେ ଖୁବ୍ ମଗ୍ନ ଥିଲେ । ସେ ନିଜର ଖାଇବା ପିଇବା ମଧ୍ୟ ଭୁଲି ଯାଉଥିଲେ । ଏହାର ପ୍ରଭାବ ତାଙ୍କ ପୁଅ ଉପରେ ପଡ଼ିଲା ଏବଂ ତାଙ୍କର ରଙ୍ଗ କଳା ହୋଇଗଲା । ଶନିଦେବଙ୍କର ରଙ୍ଗକୁ ଦେଖି ସୂର୍ଯ୍ୟ ଶନିଙ୍କୁ ନିଜର ପୁତ୍ର ଭାବେ ଗ୍ରହଣ କରିବାକୁ ମନା କରିଦେଲେ।

ସେଦିନ ଠାରୁ ଶନି ନିଜର ପିତା ସୂର୍ଯ୍ୟ ଦେବଙ୍କ ଉପରେ ଶତ୍ରୁତା ଭାବ ରଖିଲେ । ସେ ନିଜର ସାଧନା ଓ ତପସ୍ୟା ଦ୍ୱାରା ଶିବଙ୍କୁ ପ୍ରସନ୍ନ କରିଥିଲେ । ଶିବ ଶନିଦେବଙ୍କୁ ବର ମାଗିବାକୁ କହିଥିଲେ, ସେତେବେଳେ ସେ ସୂର୍ଯ୍ୟଙ୍କ ପରି ଶକ୍ତିପ୍ରାପ୍ତ କଲେ । ଭଗବାନ ଶଙ୍କର ତାଙ୍କୁ ନବଗ୍ରହଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ଦେଇଥିଲେ । ମାନବ ଠାରୁ ଦେବତା ଯାଏ ସମସ୍ତେ ତାଙ୍କୁ ଭୟଭୀତ ହେବାର ବରଦାନ ଦେଇଥିଲେ ।

shanidev

ମାନ୍ୟତା ଅଛି ଶନିଦେବଙ୍କ ଦର୍ଶନ କରିବା ବେଳେ ତାଙ୍କର ପାଦ ଆଡ଼କୁ ଦେଖିବାକୁ ଉଚିତ୍ । ତାଙ୍କର ଆଖିକୁ ଅନେଇ ଦର୍ଶନ କରାଯାଏ ନାହିଁ । ଘରେ ଯଦି ଶନି ଦେବଙ୍କ ପୂଜା କରିବାକୁ ଚାହୁଁଛ ତ ମନରେ ତାଙ୍କୁ ସ୍ମରଣ କରିବା ଉଚିତ୍ । ଶନିଦେବଙ୍କ ସହ ହନୁମାନଙ୍କର ମଧ୍ୟ ପୂଜା କରିବା ଉଚିତ୍ । ଏମିତି କଲେ ସେ ପ୍ରସନ୍ନ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.