ସହଜ ଉପରେ ଏପରି ଘରେ ବନାନ୍ତୁ ହ୍ୟାଣ୍ଡ ସାନିଟାଇଜର

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମ ହାତର ବହୁତ ଯୋଗଦାନ ରହିଛି। ଯଦି ଆମେ ଆମ ହାତର ଯତ୍ନ ନନେବା ତାହେଲେ ଅନେକ ରୋଗରେ ପୀଡିତ ହୋଇଯିବା। ସେହିଭଳି ଏବେ କରୋନା ମହାମାରୀ ପ୍ରକୋପରେ ଯେତେ ସମ୍ଭବ ଆମ ହାତକୁ ସଫା କରିବା। ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ହ୍ୟାଣ୍ଡ ସାନିଟାଇଜର। ଯାହାକୁ ଆପଣ ଘରେ କେମିତି ପ୍ରସ୍ତୁତ କରିବେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ଆବଶ୍ୟକ ସାମଗ୍ରୀ

  • ଓ୍ଵିଚ୍ ହେଜେଲ ଏକ୍ସଟ୍ରାକ୍ଟ
  • ଆଲୋଭେରା ଜେଲ
  • ଆସେନସିଆଲ ଅଏଲ (ଟି ଟ୍ରି, ପିମରାମିଣ୍ଟ, ଲିମ୍ବ କିମ୍ବା ହେଙ୍ଗୁ)
  • ଗୋଟେ ବୋଟଲ

ପ୍ରସ୍ତୁତ କରିବାର ତରିକା

ସର୍ବପ୍ରଥମେ ଏକ ପାତ୍ରରେ ୨ରୁ୩ ବଡ ଚାମଚ ଆଲୋଭେରା ଜେଲ ନେଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ସେଥିରେ କିଛି ବୁନ୍ଦା ଓ୍ଵିଚ୍ ହେଜଲ ଏକ୍ସଟ୍ରାକ୍ଟ ଏବଂ ନିଜ ପସନ୍ଦର ଆସେନ୍ସିଆଲ ଅଏଲ ପକାନ୍ତୁ। ସମସ୍ତ ଜିନିଷକୁ ଭଲଭାବେ ମିକ୍ସ କରିବା ପରେ ବୋଟଲରେ ଭରିଦିଅନ୍ତୁ। ଯଦି ଆପଣଙ୍କୁ ସ୍ପ୍ରେ ଫର୍ମାଟରେ ଦରକାର ତାହେଲେ ଏଥିରେ ଫିଲଟର କରି ରଖିଥିବା କିଛି ପାଣିକୁ ମିଶାଇ ଦିଅନ୍ତୁ। ଏଥିରେ ଆପଣ ଚାହିଁଲେ ଭିଟାମିନ ଇ ମଧ୍ୟ ମିଶାଇ ପାରିବେ।

ଯେତେବେଳେ ପାଣି ଏବଂ ସାବୁନ ଉପଲବ୍ଧ ନଥିବ ସେତେବେଳେ ହାତକୁ ସଫା କରିବା ପାଇଁ ଏହି ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରିପାରିବେ। ଏଥିରେ ମହଜୁଦ ଆସେନ୍ସିଆଲ ଅଏଲ୍ସ ଦ୍ୱାରା କୀଟାଣୁକୁ ସହଜରେ ଶେଷ କରାଯାଇହେବ। ସେହିପରି ହାତ ରୁଖା ବି ହେବନାହିଁ।

ବ୍ୟବହାର କରିବାର ତରିକା

ହ୍ୟାଣ୍ଡ ସାନିଟାଇଜର ଦ୍ୱାରା ହାତକୁ ସଫା କରିବା ପାଇଁ ଏକ ବଡ ଡ୍ରପ ପାପୁଲୀରେ ବାହାର କରି ଦୁଇ ହାତକୁ ଭଲଭାବେ ମଳି ଦିଅନ୍ତୁ। ଏହା ସୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.