Below header

ଫେଙ୍ଗସୁଇ ଅନୁସାରେ ଏମିତି ସଜାନ୍ତୁ ନିଜର ଘର, ପରିବାରରେ ସର୍ବଦା ରହିବ ସୁଖ ଶାନ୍ତି

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ।

ଫେଙ୍ଗସୁଇ ସହାୟତାରେ ଆପଣ ଘରର ସକରାତ୍ମକ ଶକ୍ତି ବଢ଼ାଇ ପାରିବେ । ଆସନ୍ତୁ ଜାଣିବା କିଛି ସହଜ ଫେଙ୍ଗସୁଇ ଟିପ୍ସ ସମ୍ପର୍କରେ ଯାହା ସହାୟତାରେ ଆପଣ ନିଜର ଘର ଓ ଏହାର ଆଖପାଖ ଅଂଚଳରେ ସକରାତ୍ମକ ଶକ୍ତି ବୃଦ୍ଧି କରିପାରିବେ ।

ବେଡରୁମ୍‌

ବେଡରୁମରେ ଲୋକେ ଶୋଇବା ଓ ଆରାମ ପାଇଁ ଆସିଥାନ୍ତି । ଫେଙ୍ଗସୁଇ ଅନୁସାରେ ବେଡରୁମରେ ସୌକୀନ ଜିନିଷ ଯେପରି ସିଲାଇ କିଟ୍‌ ଓ ସଂଗୀତ ସମ୍ବନ୍ଧିତ ଜିନିଷ ରଖିବା ଅନୁଚିତ୍‌ । ବେଡରୁମରେ ଭଗବାନଙ୍କ ମୂର୍ତ୍ତି ବା ଫଟୋ ମଧ୍ୟ ରଖିବା କଥା ନୁହେଁ ।

ଲିଭିଙ୍ଗ ରୁମ୍‌

ଲିଭିଙ୍ଗ ରୁମରେ ଫର୍ନିଚର ଦ୍ୱାର ଆଡକୁ ହେବା ଦରକାର । ଯେଉଁଠି ଲୋକ ବସି ଘରୁକ ଯା’ ଆସ କରୁଥିବା ଲୋକଙ୍କ ଉପରେ ନଜର ରଖିପାରିବେ । ଲିଭିଙ୍ଗ ରୁମରେ ଚେୟାର ଓ ସୋଫାକୁ ସର୍ବଦା କାନ୍ଥକୁ ଲଗାଇ କରି ରଖିବେ । ଫେଙ୍ଗସୁଇ ଅନୁସାରେ ବସିବା ଲୋକର ପିଠି ହାଓ୍ଵାରେ ରହିବା କଥାନୁହେଁ ।

କିଚେନ ରୁମ୍‌

ଫେଙ୍ଗସୁଇ ଅନୁସାରେ କିଚେନ ବା ରୋଷେଇ ଘରେ କିଛି ବି ଏମିତି ଜିନିଷ ରଖନ୍ତୁ ନାହିଁ,ଯାହାର ବ୍ୟବହାର ଆପଣ କରୁ ନାହାଁନ୍ତି । ଏହାକୁ ରୋଷେଇ ଘରୁ କାଢ଼ିଦେବା ଦରକାର । କୁହାଯାଏ ରୋଷେଇ ଘର ଯେତେ ଖାଲି ରହିବ,ଘରେ ସେତେ ସୁଖ ଶାନ୍ତି ବିରାଜିବ ।

ବାଥରୁମ୍‌

ଯଦି ବାଥରୁମ ଓ ଆପଣଙ୍କ ଶେଯର ମୁଣ୍ଡପାଖ କାନ୍ଥ ଗୋଟିଏ ହୋଇଥାଏ,ତେବେ ବାଥରୁମର ସେହି କାନ୍ଥରେ ଏକ ଦର୍ପଣ ଲଗାନ୍ତୁ । ବାଥରୁମ ଭିତରେ ଭଲ ରଂଗ ଲଗାନ୍ତୁ, ଫଳରେ ଘରେ ସକରାତ୍ମକ ଶକ୍ତି ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.