Below header

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ, ଚମକି ଉଠିବ ତ୍ୱଚା

ଏହା ନିଶ୍ଚୟ ଧ୍ୟାନ ଦିଅନ୍ତୁ ଯେ ଶୋଇବା ପୂର୍ବରୁ ଆପଣ ଆପଣଙ୍କ ଚେହେରାରୁ ମେକଅପ୍ ହଟାଇଛନ୍ତି ନା ନାହିଁ। ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କ ତ୍ୱଚା ଖରାପ ହୋଇଯାଏ। ଏଥିପାଇଁ ସବୁବେଳେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଉଷୁମ ପାଣିରେ ସ୍କିନକୁ ଧୋଇଲେ ତ୍ୱଚା ହାଇଡ୍ରେଟ୍ ରହିଥାଏ।

ମେକଅପ୍ ହଟାଇବା ପାଇଁ ଆପଣ କ୍ଲିନଜର ବି ବ୍ୟବହାର କରିପାରିବେ। କ୍ଲିନଜର ଚେହେରାକୁ ସମ୍ପୂର୍ଣ୍ଣ ଭାବେ ମଇଳାକୁ ସଫା କରିବା କାମ କରିଥାଏ। ଏଥିପାଇଁ ପ୍ରଥମେ ଆପଣଙ୍କୁ କ୍ଲିଞ୍ଜକୁ ଭଲଭାବେ ନିଜ ଚେହେରାରେ ଲଗାଇ ଦିଅନ୍ତୁ। ଏହାପରେ ୫ ରୁ ୧୦ ମିନିଟ୍ ନିଜ ଚେହେରାରେ ତୁଳା ସାହାଯ୍ୟରେ ଲଗାଇ ସଫା କରିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରାରେ ବ୍ରଣ ସମସ୍ୟା ହେବନାହିଁ।

ଟୋନର ବ୍ୟବହାର କରିବା ଦ୍ୱାରା ଚେହେରାରେ ଗ୍ଲୋ ଆସିଥାଏ। ଏମିତିରେ ନିଜ ଚେହେରାକୁ କ୍ଲିନଜରରେ ସଫା କରିବା ପରେ ଟୋନର ଲଗାଇବା ଜମା ବି ଭୁଲନ୍ତୁନାହିଁ।

ଚେହେରା ସଫା କରିବା ପରେ ସେରମ କିମ୍ବା କ୍ରିମ ଦ୍ୱାରା ନିଜ ଚେହେରାକୁ ମସାଜ୍ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ୱଚା ନରମ ହେବା ସହିତ ତ୍ୱଚା ଗ୍ଲୋ କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.