ପଦ୍ମ ଧରିଲେ ରାମ, ବିଜେପିରେ ମିଶିଲେ ରାମାୟଣର ରାମ ଅରୁଣ ଗୋଭିଲ

ବିଜେପିରେ ରାମ । ପଦ୍ମ ଧରିଲେ ଟିଭି ସିରିଏଲ ରାମାୟଣର ରାମ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ରାମାୟଣର ରାମ ଅରୁଣ ଗୋଭିଲ ।

ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଭୂମିକା ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା।

ସେ ଏକାଧିକ ଭାଷାରେ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ଭୋଜପୁରୀ, ବ୍ରଜଭାଷା, ଓଡ଼ିଆ ଓ ତେଲଗୁ ସିନେମାରେ ଅଭିନୟ ଭରିଛନ୍ତି । ୧୯୭୭ରେ ପହେଲି ସିନେମାରେ ସେ ଡେବ୍ୟୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.