ଫେସ୍‌ବୁକ୍‌ ର ବଡ଼ ନିଷ୍ପତ୍ତି, ଗ୍ରୁପ୍‌ରେ ଏପରି ମେସେଜ୍‌ ପଠାଇବା ଆପଣଙ୍କୁ ପଡ଼ିପାରେ ଭାରୀ

ନୂଆଦିଲ୍ଲୀ :  ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ଏବେ ନେଇଛି ବଡ଼ ନିଷ୍ପତ୍ତି । ଫେସ୍‌ ବୁକ୍‌ ର ଏହି ନୂଆ ନିୟମ ଗ୍ରୁପ୍‌ ମେସେଜ୍‌, ଫଟୋ ଓ ଭିଡିଓ ପଠାଉଥିବା ୟୁଜରଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ଫେସ୍‌ବୁକରେ ହାନିକାରକ କଣ୍ଟେଣ୍ଟ ପଠାଉଥିବା ୟୁଜରଙ୍କ ପାଇଁ ଫେସବୁକ୍‌ ଆଣିଛି ଏପରି ନିୟମ ।

ଯେଉଁମାନେ ଫେସ୍‌ବୁକ୍‌ର ଏହି ନିୟମକୁ ଉଂଲଘନ କରିବେ ଫେସ୍‌ବୁକ୍‌ ସେମାନଙ୍କର ଗ୍ରୁପ୍‌ ବନ୍ଦ କରିଦେବ । ଖାଲି ସେତିକି ନୁହେଁ କମ୍ପାନୀ ଗ୍ରୁପର ଉକ୍ତ ମେମ୍ବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ । ଆସନ୍ତୁ ଜାଣିବା ଏହି ନିୟମ ସମ୍ପର୍କରେ –

୧ . ଯଦି କେହି ଫେସ୍‌ବୁକ୍‌ ଗ୍ରୁପ୍‌ରେ ହାନିକାରକ କଣ୍ଟେଣ୍ଟ ପଠାନ୍ତି ତେବେ କମ୍ପାନୀ ପ୍ରଥମେ ଏହି ଗ୍ରୁପକୁ ବନ୍ଦ କରିଦେବ । ଏମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ତଥ୍ୟ ପଠାଇବାକୁ କେବଳ ଅନୁମତି ମିଳିବ ।

୨. ଫେସ୍‌ବୁକ୍‌ ନିୟମ ଉଂଲଘନ କଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଭାଇରାଲ କଣ୍ଟେଣ୍ଟ ପଠାଇଲେ ବନ୍ଦ ହେବ ଗ୍ରୁପ୍‌ । ଏହାର ଟାଇମ ଲିମିଟ୍‌ ୭ ରୁ ୩୦ ଦିନ ବି ହୋଇପାରେ ।

୩. ନିୟମ ଉଂଲଘନ କରିଥିବା ଏହି ମେମ୍ବରଙ୍କୁ ନୂଆ ଗ୍ରୁପ କରିବା ପାଇଁ ମିଳିବନି ଅନୁମତି ।

୪. ଯଦି ଏହି ଗ୍ରୁପ୍‌ରେ ଅଧିକ ସଦସ୍ୟ ଥାଆନ୍ତି ଓ ସେମାନେ ବାରମ୍ବାର ଭୁଲ୍‌ କଣ୍ଟେଣ୍ଟ ପଠାନ୍ତି । ତେବେ ସେମାନଙ୍କୁ ଏହା ପରେ ସବୁ କଣ୍ଟେଣ୍ଟ ପଠାଇବାକୁ ପ୍ରଥମେ ଆପ୍ରୋଭାଲ୍‌ ନେବାକୁ ପଡ଼ିବ । ଆପ୍ରୋଭାଲ୍‌ ପୂର୍ବରୁ ସେମାନଙ୍କ କଣ୍ଟେଣ୍ଟ ୟୁଜର୍ସଙ୍କୁ ଦେଖାଯିବ ନାହିଁ ।

Leave A Reply

Your email address will not be published.