କଟକ: ଗଞ୍ଜେଇ ଚାଲାଣର ନୂଆ କୌଶଳ, ଦାମୀ କାରର ସିକ୍ରେଟ ଚ୍ୟାମ୍ବରରେ ଥିଲା ୧୪ ଲକ୍ଷ ଟଙ୍କାର ସବୁଜ ଜହର

କଟକ(କେନ୍ୟୁଜ୍);  ଦାମୀ କାର ହୋଣ୍ଡା ସିଟି। ବାହାରକୁ ଦେଖାଯାଉଛି ପୂରା ଚକାଚକ। ପଛ ଡିକିରେ ତିନୋଟି ସିକ୍ରେଟ ଚାମ୍ବର୍‌। ଏହି ଚାମ୍ବର୍‌ ଭିତରେ ଥିଲା ଏକ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ । ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା । କୋରାପୁଟରୁ ରାଜଧାନୀ ଦିଲ୍ଲୀକୁ ଚାଲାଣ ହେଉଥିଲା ।

ganja sezied

କଟକ ନିର୍ଗୁଣ୍ଡି ଟୋଲ ଗେଟ୍‌ ନିକଟରୁ ଗଞ୍ଜେଇ ଚାଲାଣ ହେଉଥିବା ଏହି କାରକୁ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜଣେ ଅଭିଯୁକ୍ତ ଦିଲ୍ଲୀ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କୋରାପୁଟ ଜିଲ୍ଲାର ବୋଲି ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଅଭିଯୁକ୍ତମାନେ କୋରାପୁଟରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ କରିଥିବା ସ୍ୱୀକାର କରିଛନ୍ତି।

Leave A Reply

Your email address will not be published.