Below header

ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଆଖିର ପାଓ୍ଵାର ବଢ଼ାଇବାରେ ଲାଭକାରୀ ହୋଇଥାଏ ସାରୁ ପତ୍ର, ଜାଣନ୍ତୁ ଅନ୍ୟ ଫାଇଦା

ସାରୁ ପତ୍ର ସେବନ ଦ୍ୱାରା ଶରୀରକୁ ବହୁ ପ୍ରକାର ଫାଇଦା ମିଳିଥାଏ । ସାରୁ ପତ୍ରରେ ଭରପୁର ହୋଇଥାଏ ଔଷଧିୟ ଗୁଣ । ଏଥିରେ କ୍ୟାଲସିୟମ ଠାରୁ ଭିଟାମିନ ଏ,ବି, ସି,ପଟାସିୟମ ଓ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଓ ଆଖିର ବହୁ ସମସ୍ୟା ଦୂର ହୋଇଥାଏ । ଆଜି ଆସନ୍ତୁ ଜାଣିବା ସାରୁ ପତ୍ରର ଅନେକ ଫାଇଦା ବିଷୟରେ ।

ସାରୁ ପତ୍ର ଖାଇବାର ଫାଇଦା :

୧. ଆଖିର ପାଓ୍ଵାର ବଢ଼ାଇଥାଏ : ଆଖିର ପାଓ୍ଵାର ବଢ଼ାଇବାରେ ସାରୁ ପତ୍ର ବହୁତ ସାହାଯ୍ୟ କରିଥାଏ । କାରଣ ସାରୁ ପତ୍ରରେ ଭିଟାମିନ ଏ ଭରପୁର ରହିଥାଏ । ଏହାକୁ ଖାଇବା ଦ୍ୱାରା ଆଖିର ପାଓ୍ଵାର ବଢ଼ାଇଥାଏ ।

୨. ବ୍ଲଡ ପ୍ରେସର କଣ୍ଟ୍ରୋଲ କରିଥାଏ : ବ୍ଲଡ ପ୍ରେସର କଣ୍ଟ୍ରୋଲ କରିବାରେ ସାରୁ ପତ୍ରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ସାରୁ ପତ୍ରରେ ସୋଡିୟମ, ପଟାସିୟମ ଓ ମାଗ୍ନେସିୟମ ଭରପୁର ରହିଥାଏ । ଏହାକୁ ଖାଇବା ଦ୍ୱାରା ବ୍ଲଡ ପ୍ରେସର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ ।

୩. ଗଣ୍ଠି ଦରଜ କମାଇଥାଏ : ଗଣ୍ଠି ଦରଜରେ ସାରୁ ପତ୍ର ସେବନ ବହୁତ ଭଲ କାମ କରିଥାଏ । କାରଣ ସାରୁ ପତ୍ର ସେବନ କରିବା ଦ୍ୱାରା ଗଣ୍ଠି ଦରଜ ଭଲ ହୋଇଥାଏ ।

୪. ପେଟ ସମସ୍ୟା ଭଲ କରିଥାଏ : ସାରୁ ପତ୍ର ଖାଇବା ଦ୍ୱାରା ପେଟ ସମ୍ପର୍କିତ ଅନେକ ସମସ୍ୟା ଭଲ କରିଥାଏ । କାରଣ ସାରୁ ପତ୍ର ଓ ଡଣ୍ଠାକୁ ପାଣିରେ ଫୁଟାଇ ସେଥିରେ ଘିଅ ମିଶାଇ ପିଇଲେ ପେଟ ସମସ୍ୟା ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.