Below header

ଜାଣିବାକୁ ଚାହୁଁଛନ୍ତି ତମ୍ବା ପାତ୍ରରେ ପାଣି ପିଇଲେ କି ଲାଭ ମିଳେ ? ପଢନ୍ତୁ ଏହି ରିପୋର୍ଟ

ପ୍ରତିଦିନ ଯଦି ସକାଳେ ତମ୍ବା ପାତ୍ରରେ ପାଣି ପିଇବା ପରେ ଯାଇଁ କୌଣସି କାର୍ଯ୍ଯ ଆରମ୍ଭ କରିବା ତେବେ ତାହାର କିଛି ଖାସ୍ ମହତ୍ବ ରହିଛି । ଆଜ୍ଞା ହଁ, ଭାରତୀୟ ପରମ୍ପରା ଅନୁସାରେ ତମ୍ବା ପାତ୍ରରେ ପାଣି ପିଆଯାଇଥାଏ । ଯାହାର ବହୁତ କିଛି ଫାଇବା ରହିଥାଏ । ବର୍ତ୍ତମାନ ଏହି କଥାର ସତ୍ୟତା ଥିବା ମେଡିକାଲ ରିପୋର୍ଟରୁ ପ୍ରକାଶ ପାଇଛି । ତେବେ ଆମ ପୂର୍ବଜ ମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଉପାୟ ଗୁଡିକ ଆମେ ପଛରେ ପକାଇ ଆଗକୁ ବଢିବାରେ ଲାଗିଛେ, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ।

ଯଦି ଆମେ ପୁଣିଥିରେ ସେହି ସବୁ ଉପାୟ ଗୁଡିକ ଗ୍ରହଣ କରିବା ତେବେ ଆମ ଶରୀରରେ କୌଣସି ପ୍ରକାର ରୋଗ ପ୍ରବେଶ କରିବ ନାହିଁ ଏବଂ ଶରୀରକୁ ବିଭିନ୍ନ ପ୍ରକାରର ଉପକାର ମିଳିବ । ଏହିପରି ଏକ ଉପାୟ ହେଉଛି ଏକ ତମ୍ବା ପାତ୍ରରେ ରାତିରେ ପାଣି ରଖି ସେହି ପାଣିକୁ ସକାଳେ ପିଇବା । ଏଠାରେ ଆମେ କହିବାକୁ ଚାହୁଁଛୁ କି ମେଡିକାଲ ସୂତ୍ରରୁ ଏହା ପ୍ରମାଣିତ ହୋଇଛି କି, ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାସହ ଆୟୁର୍ବେଦ ମଧ୍ୟ କହେ କି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗର ଭୟରୁ ମୁକ୍ତି ମିଳିଥାଏ ।

ଏହା ସହ ପଢନ୍ତୁ : ଜାଣିଛନ୍ତି କି, ୮ ଗ୍ଲାସ୍ ପାଣି ପିଇଲେ କଣ ହୋଇଥାଏ ଆପଣଙ୍କ ଶରୀରରେ ?

ଚାଲନ୍ତୁ ଯାଣିବା ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା କଣ ସବୁ ଫାଇଦା ମିଳିଥାଏ 

ଥାଇରଏଡ୍ ହୋଇନଥାଏ : ତମ୍ବାରେ ମହଜୁଦ ଥିବା କପର ଥାଇରୋକ୍ସିନ୍ ହରମୋନ୍କୁ କଣ୍ଟ୍ରୋଲ୍ କରିଥାଏ । ଯାହାଦ୍ବାରା ଥାଇରଏଡ୍ ହବାର ଭୟ ନଥାଏ ।

ଗଣ୍ଠି ଦରଜରୁ ମିଳିଥାଏ ଲାଭ : ତମ୍ବା ରେ ମହଜୁଦ ଥିବା ପାଣିରେ ୟୁରିକ୍ ଏସିଡ୍ ମିଳିଥାଏ । ଯାହା ଗଣ୍ଠି ଦରଜ ପାଇଁ ରାମବାଣ ପରି କାର‌୍ୟ କରିଥାଏ ।

copper vesselଗ୍ୟାସ ସମସ୍ୟାରୁ ମୁକ୍ତି : ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଏସିଡିଟି କିମ୍ବା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବାସହ ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ ।

କୋଲଷ୍ଟୋଲ ପରିମାଣ କମ୍ ହୋଇଥାଏ : ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଶରୀରରେ କୋଲଷ୍ଟୋଲ ପରିମାଣ କମ୍ ହେବାସହ ହାର୍ଟ ମଜବୁତ୍ ହୋଇଥାଏ ।

ରକ୍ତ ହିନତାରୁ ମିଳିଥାଏ ମୁକ୍ତି : ତମ୍ବା ପାତ୍ରରେ ଅତି କମରେ ୮ ଘଣ୍ଟା ପର୍ଯ୍ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ବାରା ଏନିମିୟା ତଥା ରକ୍ତ ହିନତା ରୋଗକୁ ମୁକ୍ତି ମିଳିଥାଏ । ଏହି ପାଣିରେ ଭରପୁର ଥିବା କପର ଆପଣଙ୍କ ଶରୀରରେ ଥିବା ରକ୍ତ ହିନତାକୁ ଦୂର କରିବାରେ ସାହାଯ୍ଯ କରିଥାଏ ।

copper vessel

କ୍ୟାନ୍ସରରୁ ବର୍ତ୍ତିବା ପାଇଁ ସହାୟକ ହୋଇଥାଏ : ତମ୍ବା ପାତ୍ରରେ ରଖାଯାଇଥିବା ପାଣି ରେ ପର୍ଯ୍ଯାପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଥାଏ, ଯାହା ବୟସ ଛାପକୁ ଲୁଚାଇବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସହାୟକ ହୋଇଥାଏ ।

କେଶ ଝଡିବା କମ୍ ହୋଇଥାଏ : ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।

ଓଜନ କମିବାରେ ସହାୟ ହୋଇଥାଏ : ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ । ଏହାସହ ଶରୀରକୁ ବହୁ ପ୍ରକାରର ପ୍ରତିକାର ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.