Below header

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ୭ ଦିନ ମଧ୍ୟରେ ରିଲିଫ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶବର (କେନ୍ୟୁଜ୍) : ଭଦ୍ରକ , କେନ୍ଦ୍ରପଡା ଓ ଯାଜପୁର ଜିଲ୍ଲାରେ ଦେଖାଯାଇଥିବା ବନ୍ୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫେରେନ୍ସିଂ ଜରିଆରେ ସିଧାସଳଖ ଜିଲ୍ଲାପାଳଙ୍କ ସହ ବନ୍ୟାପରିସ୍ଥିତି ସଂପର୍କରେ ବୁଝିବା ସହ ପ୍ରଭାବିତ ଲୋକଙ୍କୁ ୭ଦିନ ପାଇଁ ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୟସ୍କଙ୍କୁ ଦୈନିକ ୬୦ ଟଙ୍କା ଓ ୧୨ ବର୍ଷରୁ କମ ପିଲାଙ୍କ ପାଇଁ ୪୫ଟଙ୍କା ହିସାବରେ ରିଲିଫ ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ତିନି ଜିଲ୍ଲାର ୧୭ଟି ବ୍ଲକର ପ୍ରାୟ ସାଢ଼େ ସାତଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ସମୀକ୍ଷାରୁ ଜଣାପଡିଛି । ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.