Below header

ରହସ୍ୟର ଗଣ୍ଠି ଇଜିପ୍ଟ : ଶତାବ୍ଦୀ ପୁରୁଣା ଇତିହାସ ଏବଂ କଳା ଯାହା ଆଜି ବି କରୁଛି ସମସ୍ତଙ୍କୁ ଆଶ୍ଚର୍ଯ୍ଯ

ଯେବେ ବି ବିଶ୍ବର ଆଶ୍ଚର୍ଯ୍ଯ କଥା ଉଠେ ସେତେବେଳେ ଇଜିପ୍ଟର ପିରାମିଡ୍ ନାମ ନିଶ୍ଚୟ ଆସେ । ଏଠାକାର ପିରାମିଡ୍ ହେଉଛି ସମ୍ରାଟ ମାନଙ୍କ ପାଇଁ ବନାଯାଇଥିବା ସ୍ମାରକ ସ୍ଥଳ । ସ୍ଥାନୀୟ ଲୋକଙ୍କ ବିଶ୍ବାସ ଦେହାନ୍ତ ପରେ ମଣିଷ ଦ୍ବିତୀୟ ଜୀବନରେ ପ୍ରବେଶ କରିଥାଏ । ତେଣୁ ସେମାନଙ୍କ ଶରୀରକୁ ସୁରକ୍ଷିତ ରଖାଯାଇଥାଏ । ଏକ ଖାସ୍ ଟେକନିକ୍ ମାଧ୍ୟମରେ ସେମାନଙ୍କୁ ପୋତା ଯାଉଥିଲା । ମୃତ ଶରୀର ସହ ଖାଦ୍ୟ ପାନୀୟ ସାମଗ୍ରୀ, କପଡା, ଗହଣା, ବାସନ କୁସନ, ଅସ୍ତ୍ରଶସ୍ତ୍ର ଏବଂ ବେଳେ ବେଳେ କିଛି ଦାସ ଦାସୀଙ୍କୁ ମଧ୍ୟ ପୋତିଦିଆଯାଉଥିଲା ।

ସେଠାକାର ଲୋକଙ୍କ ବିଶ୍ବାସ ଥିଲା ଯେ ଭଗବାନଙ୍କ ଅବତାର ହେଉଛନ୍ତି ରାଜା । ସେଥିପାଇଁ ସେମାନଙ୍କୁ ସୁରକ୍ଷିତ ରଖିବା ନିହାତି ଜରୁରୀ । ଅନ୍ତିମ ସଂସ୍କାର ମଧ୍ୟ ଥିଲା ନିଆରା । ତେବେ ଇଜିପ୍ଟରେ ଅନେକ ପିରାମିଡ୍ ରହିଛି । କିନ୍ତୁ ବିଶ୍ବର ୭ଟି ଆଶ୍ଚର‌୍ୟ୍ୟ ମଧ୍ୟରେ ଗୋଟିଏ ପିରାମିଡ୍ ହିଁ ସାମିଲ୍ । ଯାହାର ନାଁ ହେଉଛି ଗୀଜାର ମହାନ ପିରାମିଡ୍ ।

ଏହା ସହ ପଢନ୍ତୁ କ’ଣ ଆପଣଙ୍କୁ ଆସିଛି କି ମୋମୋର କଲ୍, ତେବେ ହୋଇଯାଆନ୍ତୁ ସାବଧାନ

pyramids– ଗୀଜାର ଏହି ପିରାମିଡ୍ ୨୫୬୦ ଇସାପୂର୍ବରେ ତିଆରି ହୋଇଥିଲା । ବିଶ୍ବର ସବୁଠାରୁ ବଡ ପିରାମିଡ୍ ହେଉଛି ୩୮୦୦ ବର୍ଷର ଏହି ପିରାମିଡ୍ ।

– ପ୍ରାଚୀନ ଇଜିପ୍ଟରେ କୁଫୁ ପିରାମିଡ୍ ନାମରେ ପରିଚିତ ଥିଲା ମହାନ୍ ଗୀଜା ପିରାମିଡ୍ । କାରଣ ଏହାକୁ ରାଜା କୁଫୁଙ୍କ ଶବ ସଂରକ୍ଷଣ ପାଇଁ ବନାଯାଇଥିଲା ।

– ଏହି ପିରାମିଡର ଲମ୍ବା ୪୮୧ ଫୁଟ ଅର୍ଥାତ୍ ୧୪୬ ମିଟର । ଏହାର ବେସ୍ ୫୯୨୦୦୦ ବର୍ଗ ଫୁଟ । ଏହି ପିରାମିଡର ଗୋଟିଏ କୋଣ ୨୦,୦୦୦ ମିଟର ବର୍ଗ (୨୧୮,୦୦୦ ବର୍ଗ ଫୁଟ) କ୍ଷେତ୍ରରେ ତିଆରି ହୋଇଛି ।

ଏହା ସହ ପଢନ୍ତୁ ଏମିତି ଏକ କାଫେ ଯେଉଁଠାରେ ଚା- କଫି ସହ ଦିଆଯାଇଥାଏ ବିଷଧର ସାପ

Great Pyramid– ଏହି ପିରାମିଡକୁ ତିଆରି କରିବା ପାଇଁ ପ୍ରାୟ ୨୩ ଲକ୍ଷ ପଥର ବ୍ଲକ୍ସ ବ୍ୟବହାର କରାଯାଇଛି । ଯାହାର ଓଜନ ହେବ ପ୍ରାୟ ୫୭ ଲକ୍ଷ ୫୦ ହଜାର ଟନ୍ । ଏହାକୁ ତିଆରି କରିବା ପାଇଁ ୨.୩ ମିଲିୟନ୍ ଲାଇମଷ୍ଟୋନ୍ ବ୍ଳକ୍ସ ଏବଂ ଗ୍ରାନାଇଡ୍ ପଥର ବ୍ୟବହାର କରାଯାଇଛି । ସବୁଠାରୁ ବଡ ଗ୍ରାନାଇଡର ପଥର ରାଜାଙ୍କ ଚ୍ୟାମ୍ବରରେ ଲାଗିଛି ।

– ଏହି ପିରାମିଡକୁ ଏମିତି ସ୍ଥାନରେ ତିଆରି କରାଯାଇଛି ଯେ ଯାହାକୁ ଇସ୍ରାଏଲର ପାହାଡରୁ ଦେଖାଯାଇପାରେ । ଏମିତି ବି କୁହାଯାଏ ଏହି ପିରାମିଡକୁ ଚନ୍ଦ୍ରରୁ ମଧ୍ୟ ଦେଖାଯାଇଥାଏ ।

– ସବୁଠାରୁ ବଡ କଥା ହେଉଛି ଏହାକୁ ତିଆରି କରିବା ପାଇଁ ଲାଗିଥିଲା ୨୦ ବର୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.