ବିଧାନସଭାରେ ବି ପେଟ୍ରୋଲ ଓ ଡିଜେଲ ତାତି : ଗୋଟିଏ ମିନିଟ ବି ଚାଲି ପାରିଲା ନାହିଁ ଗୃହ

ଭୁବନେଶ୍ବର (କେନ୍ଯୁଜ୍) : ବିଧାନସଭାରେ ବି ପେଟ୍ରୋଲ ଓ ଡିଜେଲ ତାତି। ଗୋଟିଏ ମିନିଟ ବି ଚାଲି ପାରିଲା ନାହିଁ । ହଟ୍ଟଗୋଳରୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନ । ପ୍ରବଳ ହୋହଲ୍ଲା ଯୋଗୁ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ତୈଳ ଦର ବୃଦ୍ଧି ନେଇ କଂଗ୍ରେସ ବିଧାୟକମାନେ ହୋ ହଲ୍ଲା କରିଥିଲେ। ସେହିପରି ଚାରା ଘୋଟାଲା ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ନାରାବାଜି କରିଥିଲେ। ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହ କାର୍ଯ୍ୟ ଚାଲିନପାରିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.