Below header

ଜାଣନ୍ତୁ ମାଛ ଅପେକ୍ଷା ଅଧିକ କ୍ୟାଲସିୟମ୍ ରହିଥିବା ୫ଟି ଶାକାହାରୀ ଖାଦ୍ୟରେ

ମାଛରୁ ସବୁ ଠାରୁ ଅଧିକ ଏବଂ ଭଲ କ୍ୟାଲସିୟମ ମିଳିଥାଏ ବୋଲି କୁହାଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କିଛି ମାଛ ବ୍ୟତୀତ ଏପରି ଅନେକ ଜିନିଷ ଅଛି ଯେଉଁଥିରେ ମାଛ ଅପେକ୍ଷା ସମନ ପରିମାଣରେ କିମ୍ବା ଅଧିକ କ୍ୟାଲସିୟମ ରହିଛି ।

ଆମ ହାଡ ଏବଂ ଦାନ୍ତ ପାଇଁ କ୍ୟାଲସିୟମ କେତେ ଉପଯୋଗୀ ତାହା ଆମେ ସମସ୍ତେ ଜାଣୁ । ସମସ୍ତ ବୟସର ଲୋକଙ୍କ ପାଇଁ କ୍ୟାଲସିୟମ୍ ଏକ ଜରୁରୀ ପୁଷ୍ଟିକର ଖାଦ୍ୟ, ବିଶେଷକରି ବୟସ୍କ ଏବଂ ପିଲାମାନଙ୍କ ପାଇଁ ଯେଉଁମାନେ ଏବେ ବଡ଼ ହେଉଛନ୍ତି ।

ମାଛରୁ ସବୁ ଠାରୁ ଅଧିକ ଏବଂ ଭଲ କ୍ୟାଲସିୟମ ମିଳିଥାଏ ବୋଲି କୁହାଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କିଛି ମାଛ ବ୍ୟତୀତ ଏପରି ଅନେକ ଜିନିଷ ଅଛି ଯେଉଁଥିରେ ମାଛ ଅପେକ୍ଷା ସମାନ ପରିମାଣରେ କିମ୍ବା ଅଧିକ କ୍ୟାଲସିୟମ ରହିଛି । ତାହେଲେ ଆସନ୍ତୁ କ୍ୟାଲସିୟମରେ ଭରପୂର କିଛି ଶାକାହାରୀ ଖାଦ୍ୟ ବିଷୟରେ ଜାଣିବ ।

ବ୍ରୋକୋଲି :
ବ୍ରୋକୋଲି ହେଉଛି କ୍ୟାଲସିୟମର ଏକ ଉତ୍ତମ ଉତ୍ସ, ଯାହା ମାଛରୁ ମିଳିଥିବା ଅନେକ ଜରୁରୀ ପୋଷକ ତତ୍ତ୍ୱର ଅଭାବକୁ ଶରୀରରେ ପୂରଣ କରିଥାଏ । ବ୍ରୋକୋଲିରେ ପ୍ରୋଟିନ୍ ମଧ୍ୟ ମିଳିଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଗୋଟିଏ କପ୍ ରନ୍ଧା ବ୍ରୋକୋଲିରେ ପ୍ରାୟ ୪୫ ମିଲିଗ୍ରାମ୍‌ କ୍ୟାଲସିୟମ୍, ୩୫ ମିଲିଗ୍ରାମ୍‌ କ୍ୟାଲୋରୀ ୦.୪ ଗ୍ରାମ ଫ୍ୟାଟ୍, ଗ୍ରାମ, ୭.୨ ଗ୍ରାମ କାର୍ବୋହାଇଡ୍ରେଟ୍, ୨.୪ ଗ୍ରାମ ପ୍ରୋଟିନ୍ ରହିଥାଏ ।

ହ୍ଵାଇଟ୍‌ ବିନ୍ସ :
ହ୍ଵାଇଟ୍‌ ବିନ୍ସ ହେଉଛି ସବୁଠାରୁ ଲାଭଦାୟକ ବିନ୍ସ । ଏଥିରେ ଅଧିକ ପରିମାଣର ପ୍ରୋଟିନ୍, ଫାଇବର ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ମିଳିଥାଏ । ହାଡ ପାଇଁ ଅନେକ କ୍ୟାଲସିୟମ ଯୁକ୍ତ ଖାଦ୍ୟ ମଧ୍ୟରୁ ହ୍ଵାଇଟ୍‌ ବିନ୍ସ ଅନ୍ୟତମ, ଏହାର ବ୍ୟବହାର ଅଷ୍ଟିଓପୋରୋସିସ୍ ରୋଗର ଆଶଙ୍କା କମ୍‌ କରିଥାଏ । ତେବେ ୧୦୦ ଗ୍ରାମ ହ୍ଵାଇଟ୍‌ ବିନ୍ସରେ ୯୦.୨ ଗ୍ରାମ କ୍ୟାଲସିୟମ୍, ୧୩୯ ଗ୍ରାମ୍‌ କ୍ୟାଲୋରୀ, ୦.୪ ଗ୍ରାମ ଫ୍ୟାଟ୍‌, ୨୫.୨ଗ୍ରାମ କାର୍ବୋହାଇଡ୍ରେଟ୍, ୯.୫ ଗ୍ରାମ ପ୍ରୋଟିନ୍ ରହିଥାଏ ।

ଟୋଫୁ :
ସୋୟାରୁ ପ୍ରସ୍ତୁତ ଟୋଫୁ ମଧ୍ୟ କ୍ୟାଲସିୟମର ଏକ ଉତ୍ତମ ଉତ୍ସ । ଟୋଫୁ ସେହି ସବୁ ଖାଦ୍ୟ ମଧ୍ୟରୁ ଅନ୍ୟତମ, ଯେଉଁଥିରେ ମାଛ ଅପେକ୍ଷା କ୍ୟାଲସିୟମ ଅଧିକ ମିଳିଥାଏ । ଏହା ମଜବୁତ୍‌ ହାଡ ପାଇଁ ଏଥିରେ ଉଭୟ କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ମିଳିଥାଏ । ଏହା ଏକ କମ୍ କ୍ୟାଲୋରୀ ଏବଂ ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ । ତେବେ ୧୦୦ ଗ୍ରାମ ଟୋଫୁରେ ୨୮୨.୭ ମିଲିଗ୍ରାମ କ୍ୟାଲସିୟମ୍, ୮୩ ଗ୍ରାମ କ୍ୟାଲୋରୀ , ୫.୩ ଗ୍ରାମ ଫ୍ୟାଟ୍‌, ୧.୨ ଗ୍ରାମ କାର୍ବୋହାଇଡ୍ରେଟ୍, ୧୦ ଗ୍ରାମ ପ୍ରୋଟିନ୍ ରହିଥାଏ ।

ଚିଆ ସିଡ୍‌ସ :
ଚିଆ ସିଡ୍‌ସରେ ଅଧିକ ପରିମାଣର କ୍ୟାଲସିୟମ୍ ଥାଏ ଏବଂ ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ବ୍ୟତୀତ ଏହା ଓମେଗା – ୩ ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନର ଏକ ଉତ୍ତମ ଉତ୍ସ ହୋଇଥାଏ । ତେବେ ଏଥିରେ ୧୦୦ ଗ୍ରାମ ଚିଆ ସିଡ୍‌ସରେ ୬୩ ମିଲିଗ୍ରାମ କ୍ୟାଲସିୟମ୍, ୮୩ ଗ୍ରାମ କ୍ୟାଲୋରୀ, ୩୦.୭ ଗ୍ରାମ ଫ୍ୟାଟ୍‌, ୪୨.୧ଗ୍ରାମ କାର୍ବୋହାଇଡ୍ରେଟ୍, ୧୬.୫ ଗ୍ରାମ ପ୍ରୋଟିନ୍ ରହିଥାଏ ।
ଭେଣ୍ଡି :
ଭେଣ୍ଡି କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଯୋଗାଇଥାଏ, ଯାହା ମଜ୍‌ବୁତ ହାଡ ପାଇଁ ଜରୁରୀ ହୋଇଥାଏ ଏବଂ ହାଡ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ମଧ୍ୟ ଦୂର କରିଥାଏ । ଏହି ପନିପରିବା ଖାଇବା ଆପଣଙ୍କ ହାର୍ଟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ୧୦୦ ଗ୍ରାମ ଭେଣ୍ଡିରେ ୮୦ ଗ୍ରାମ କ୍ୟାଲସିୟମ, ୬୨ ମିଗ୍ରା କ୍ୟାଲୋରୀ, ୧୮ ଗ୍ରାମ ଫ୍ୟାଟ୍‌,୦.୨ ଗ୍ରାମ କାର୍ବୋହାଇଡ୍ରେଟ, ୫.୨ ଗ୍ରାମ ପ୍ରୋଟିନ୍, ୧.୫ ଗ୍ରାମ ପ୍ରୋଟିନ୍ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.