ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ଆଫଗାନିସ୍ତାନର ବଦଖସାନରେ ଘଟିଛି ଦୁର୍ଘଟଣା

ଆଫଗାନିସ୍ତାନର ବଦଖସାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ । ତେବେ ଏହି ବିମାନରେ କେତେ ଯାତ୍ରୀ ଥିଲେ ଏବଂ କ୍ଷୟକ୍ଷତି କେତେ ପରିମାଣର ହୋଇଛି ସେ ନେଇ ସବିଶେଷ ଜଣା ପଡ଼ିନାହିଁ ।

ଆଫଗାନିସ୍ତାନର ବଦଖସାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ । ବଦଖସାନରେ ଆଫଗାନିସ୍ତାନର ଏକ ପାର୍ବତ୍ୟାଞ୍ଚଳ। ବିମାନଟି ରୁଷ ଯାଉଥିଲା । କିରଣ-ଓ-ମିଞ୍ଜନ ଜିଲ୍ଲାରେ ଦୁର୍ଘଟଣା ଘଟିଛି । ଆଫଗାନିସ୍ତାନର ଉତ୍ତରପୂର୍ବ ରାଜ୍ୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏହି ବିମାନରେ କେତେ ଯାତ୍ରୀ ଥିଲେ ଏବଂ କ୍ଷୟକ୍ଷତି କେତେ ପରିମାଣର ହୋଇଛି ସେ ନେଇ ସବିଶେଷ ଜଣା ପଡ଼ିନାହିଁ ।

ଗତକାଲି ଠାରୁ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଘଟଣା ସ୍ଥଳରେ ଆଫଗାନିସ୍ତାନର ଅନୁସନ୍ଧାନକାରୀ ଦଳ ପହଞ୍ଚିଛି । ତେବେ ବିମାନଟି ଭାରତୀୟ ବିମାନ ନୁହେଁ ବୋଲି ଡିଜିସିଏ କହିଛି । ବିମାନଟି ମରକ୍କୋ ପଞ୍ଜୀକୃତ ଡିଏଫ-୧୦ ବିମାନ ।

DF 10 ବିମାନରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ରୁଷ ବିମାନ ଚଳାଚଳ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏୟାରକ୍ରାଫ୍ଟି ଏକ ଏୟାର ଆମ୍ବୁଲାନସ ବୋଲି ଜଣାପଡ଼ିଛି । ଥାଇଲାଣ୍ଡରୁ ମସ୍କୋ ଯାଉଥିବା ଏୟାର ଆମ୍ବୁଲାନସ ବିହାରର ଗୟା ବିମାନ ବନ୍ଦରରେ ରିଫୁଏଲିଂ କରି ଯାତ୍ରା କରିଥିଲା ବୋଲି ଡିଜିସିଏ କହିଛି । କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଆଫଗାନିସ୍ତାନ ତାଲିବାନ ସରକାରର ଏକ ସର୍ଚ୍ଚ ଟିମ୍ ଘଟଣା ସ୍ଥଳକୁ ଯାଇଥିବା ଆଫଗାନ ମିଡିଆରେ ଖବର ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.