Below header

୨୧ ବର୍ଷୀୟ ବିଟେକ୍‌ ଛାତ୍ରଙ୍କ ନିଆରା କଳାକୃତି, ୩ ସେମିର ଚକ୍‌ଖଡିରେ ତିଆରି କଲେ ରାମଲାଲା

ବ୍ରହ୍ମପୁର ଡୁରା ଗ୍ରାମର ୨୧ ବର୍ଷୀୟ ବିଟେକ୍‌ ଛାତ୍ର ବିଜୟ କୁମାର ରେଡ୍ଡୀ ଚକ୍‌ ଖଡ଼ିରେ ରାମଲାଲାଙ୍କ ଏକ କଳାକୃତି ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।  ଏହି କାଳକୃତିରେ ରାମଲାଲାଙ୍କ ମୃର୍ତ୍ତି ତିଆରି କରିବା ପାଇଁ ବିଜୟ ୩ ସେମିର ଚକ୍‌ଖଡି ବ୍ୟବହାର କରିଥିବା ଜଣାପଡିଛି ।

ରାମମୟ ଅଯୋଧ୍ୟା । ବେଦମନ୍ତ୍ରରେ କମ୍ପୁଛି ରାମ ନଗରୀ । ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାନଗରୀକୁ ଛୁଟିଲାଣି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ । ଆଧ୍ୟାତ୍ମିକ ରସରେ ତଲ୍ଲୀନ ଅଯୋଧ୍ୟା ନଗରୀ । ସାଜସଜ୍ଜା ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଅନୁଭୂତି ଦେଉଛି । ମନ୍ଦିରକୁ ଫୁଲ ଓ ସ୍ୱତନ୍ତ୍ର ଆଲୋକମାଳାରେ ସଜାଯାଇଛି । ବେଦମନ୍ତ୍ର ଓ ପୂଜାପାଠ ଚାଲିଛି । ଏହାସହ ମନ୍ଦିର ଗର୍ଭଗୃହର ଶୁଦ୍ଧିକରଣ କରାଯାଇଛି। ସାଧୁସନ୍ଥଙ୍କ ଗହଳି ଗହଳିରେ ଉଛୁଳୁଛି ଅଯୋଧ୍ୟା ।

ତେବେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ସରିଛି । ଆସନ୍ତାକାଲି ୨୨ ତାରିଖ ଦିନ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟ ଠାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି । ଏହା ପୂରା ଦେଶ ପାଇଁ ଏକ ଉତ୍ସବର ଦିନ ହେବାକୁ ଯାଉଛି । ତେବେ ରାମଙ୍କ ଭକ୍ତମାନେ ଏହି ଦିନ ପାଇଁ ଆନନ୍ଦିତ ଅଛନ୍ତି । ଏହା ସହ କାଲିର ଦିନ ସମସ୍ତ ଲୋକଙ୍କ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ତେବେ ସାରା ଦେଶ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଉତ୍ସବ ମୁଖର ହୋଇଉଠିଛି ।

ଆସନ୍ତାକାଲି ପାଇଁ ବିଭିନ୍ନ ଶିଳ୍ପୀମାନେ ନୂତନ ନୂତନ କଳାକୃତି ନିର୍ମାଣ କରୁଛନ୍ତି । ତେବେ ଏହି ଅବସରରେ ବ୍ରହ୍ମପୁର ଡୁରା ଗ୍ରାମର ୨୧ ବର୍ଷୀୟ ବିଟେକ୍‌ ଛାତ୍ର ବିଜୟ କୁମାର ରେଡ୍ଡୀ ଚକ୍‌ ଖଡ଼ିରେ ରାମଲାଲାଙ୍କ ଏକ କଳାକୃତି ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।  ଏହି କାଳକୃତିରେ ରାମଲାଲାଙ୍କ ମୃର୍ତ୍ତି ତିଆରି କରିବା ପାଇଁ ବିଜୟ ୩ ସେମିର ଚକ୍‌ଖଡି ବ୍ୟବହାର କରିଥିବା ଜଣାପଡିଛି । ଏହା ବ୍ୟତୀତ୍ୟ ସେ ଚକ୍‌ ଖଡ଼ିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏକ ଝାଡୁ ଧରିଥିବା ପ୍ରତିକୃତି ତିଆରି କରିଛନ୍ତି । ଯାହା ସ୍ୱଚ୍ଛ ଅଭିଯାନକୁ ନେଇ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକୃତି ତିଆରି କରିବା ପାଇଁ ୨.୫ ସେମିର ଚକ୍‌ଖଡ଼ି ଲାଗିଥିଲା । ଏହି କଳାକୃତିରେ ସେ ରଙ୍ଗ ମଧ୍ୟ ଦେଇଛନ୍ତି ।

ଯାହା ସେହି ପ୍ରତିକୃତିକୁ ବହୁତ ଆକର୍ଷଣୀୟ କରୁଛି । ମାତ୍ର ୬ ଘଣ୍ଟାର ପରିଶ୍ରମରେ ସେ ଏହି ପ୍ରତିକୃତି ନିର୍ମାଣ କରିଛନ୍ତି । ଏହି ଦୁଇଟି କଳାକୃତି ନିର୍ମାଣ କରିବା ପାଇଁ ବିଜୟଙ୍କୁ ପାଖାପାଖା ୨ ଦିନ ସମୟ ଲାଗିଥିଲା ।
ବିଜୟ ତାଙ୍କର ଏହି ଦୁଇଟି କଳାକୃତି ତିଆରି କରିବାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରଶଂସିତ ହେଉଛନ୍ତି । ଏହ ବ୍ୟତୀତ ବିଜୟ ଅନେକ କଳାକୃତି ନିର୍ମାଣ କରି ଏସିଆ ଓ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ସ୍ଥାନିତ ହେବା ସହ ସାର୍ଟିଫିକେଟ ମଧ୍ୟ ହାସଲ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ ହେବା ସହ ପ୍ରଶାସନିକ ଓ ବେସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ତେବେ ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣଗାନ । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ କୋଟି କୋଟି ରାମ ଭକ୍ତ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଯାଇଛି ।  ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ସଭିଏଁ ନିଜ ନିଜର ଏକ ନିଆରା ଢଙ୍ଗରେ ଭକ୍ତି ଅର୍ଘ୍ୟ ଅର୍ପଣ କରିବାକୁ ଚାହୁଁଥିବା ବେଳେ, ବିଜୟ ବି ଏଭଳି ଏକ କାଳକୃତି କରି ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି । ଯେଉଁଥିପାଇଁ ସେ ନିର୍ମାଣ କରିଛନ୍ତି ଏହି କୁନି କୁନି ପ୍ରତିକୃତି ।

ଯାହା ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କର ଗଭୀର ଶ୍ରଦ୍ଧା ଏବଂ ସମ୍ମାନକୁ ମଧ୍ୟ ପ୍ରତିବାଦିତ କରୁଥିବା ଦେଖିବାକୁ ମିଳୁଛି । ଏପଟେ ଏହି ଚିତ୍ରର ଏକ ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି କୁନି ସୁନ୍ଦର କାଳକୃତିକୁ ଦେଖିବାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଛାତ୍ର ବିଜୟ କୁମାର ରେଡ୍ଡୀଙ୍କ ଏଭଳି ଏକ ନିଆରା ପଦକ୍ଷପ ନିହାତୀ ଯୁବପୀଢିଙ୍କୁ ପ୍ରେରଣା ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.