Below header

ସମୁଦ୍ରରେ ସ୍ତ୍ରୀକୁ ବୁଡାଇ ମାରିଥିଲା ହୋଟେଲ ମ୍ୟାନେଜର, ଭିଡିଓ ଧରାଇଲା ସତ

ଅଭିଯୁକ୍ତ ଗୌରବ କଟିୟାର ନିଜ ପରକୀୟା ପ୍ରୀତି ଲୁଚାଇବାକୁ ଯାଇ ପତ୍ନୀ ହତ୍ୟା କରିଛି । ପରକୀୟା ପ୍ରୀତି ସମ୍ପର୍କରେ ପତ୍ନୀ ଜାଣିଥିବାରୁ ହତ୍ୟା ଭଳି ନିଷ୍ପତ୍ତି ନେଇଥିଲା ଗୋଆର ଏକ ହୋଟେଲର ମ୍ୟାନେଜର । ପତ୍ନୀଙ୍କ ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ଷଡ଼ଯନ୍ତ୍ର କରିଥିଲା ହତ୍ୟାକାରୀ ସ୍ବାମୀ ।

ଗୋଆରେ ପତ୍ନୀକୁ ସମୁଦ୍ରରେ ବୁଡାଇ ମାରିଥିଲା ସ୍ୱାମୀ । ଆଉ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା । ଏବେ ଏହି ମାମଲାରେ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଗୋଆର ଏକ ହୋଟେଲର ମ୍ୟାନେଜର । ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଗୌରବ କଟିୟାର ନିଜ ପରକୀୟା ପ୍ରୀତି ଲୁଚାଇବାକୁ ଯାଇ ହତ୍ୟା କରିଛି । କେବଳ ସିତିକି ନୁହେଁ ପତ୍ନୀଙ୍କ ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ଷଡ଼ଯନ୍ତ୍ର କରିଥିଲା ହତ୍ୟାକାରୀ ସ୍ବାମୀ ।

ସ୍ୱାମୀ ପ୍ରଥମେ କହିଥିଲେ, ସମୁଦ୍ରରେ ବୁଡ଼ିଯିବା କାରଣରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି । ଲକ୍ଷ୍ମୌର ଗୌରବ କଟିୟାର (୨୯) ବର୍ଷକ ତଳେ ଦିକ୍ଷା ଗଙ୍ଗୱାରଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ସେମାନଙ୍କ ସମ୍ପର୍କ ତିକ୍ତତା ହୋଇ ରହିଥିଲା । ପରକୀୟା ପ୍ରୀତି ସମ୍ପର୍କରେ ପତ୍ନୀ ଜାଣିଥିବାରୁ ହତ୍ୟା ଭଳି ନିଷ୍ପତ୍ତି ନେଇଥିଲେ । ଅଭିଯୁକ୍ତ ଗୌରବ ତାଙ୍କ ପତ୍ନୀଙ୍କୁ ଦକ୍ଷିଣ ଗୋଆର ଏକ ସମୁଦ୍ର କୂଳକୁ ନେଇ ଯାଇଥିଲେ । ସେଠାରେ ସେ ତାଙ୍କୁ ବୁଡ଼ାଇ ହତ୍ୟା କରିଥିଲେ ଆଉ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ । ପୋଲିସକୁ ଗୌରବ କହିଥିଲେ, ଯେତେବେଳେ ସେ ଆଇସକ୍ରିମ କିଣୁଥିଲେ, ସେତେବେଳେ ସମୁଦ୍ରରେ ଦୀକ୍ଷା ବୁଡିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ କିଛି ପର୍ଯ୍ୟଟକ ଦେଖି ପୋଲିସକୁ ଖବର ଦେଇଥିଲେ ।

ହେଲେ ଏହି ସମୟରେ ସମୁଦ୍ର କୂଳରେ ଥିବା ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଘଟଣାର ଭିଡିଓ କରିଥିଲେ । ଏହି ଭିଡିଓ ଦେଖିବା ପରେ ଗୌରବଙ୍କ ମିଛ ଧରାପଡିଥିଲା । ପୋଲିସ ଏହି ମାମଲାରେ ଗୌରବକୁ ଗିରଫ କରିଥିଲା । ପୋଲିସ ଗୌରବକୁ ଗିରଫ କରିବା ପରେ ତାଙ୍କ ବିରୋଧରେ ୩୦୨ ଅଧିନରେ ହତ୍ୟା ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.