Below header

ସକାଳୁ ସକାଳୁ ଖାଲି ପେଟରେ କରନ୍ତୁ ନାହିଁ ଏହି ୪ କାମ, ଶରୀର ପାଇଁ ହୋଇଥାଏ ବଡ କ୍ଷତି

କେହି କେହି ସକାଳୁ ଖାଲି ପେଟରେ ରହି ନପାରି କିଛି ବି ଖାଉଥିଲା ବେଳେ ଆଉ କେହି କିଛି ବି ଖାଇ ନଥାନ୍ତି | ସକାଳୁ ସକାଳୁ ଖାଲି ପେଟରେ ଯାହା ତାହା କରିବା କଥା ନୁହେ | ଯଦି ଆପଣ ସକାଳୁ ଖାଲି ପେଟରେ ଏହି ୪  କାମ କରୁଛନ୍ତି ତ ଶରୀର ପାଇଁ ହୋଇପାରେ ବଡ ବିପଦ | ଆସନ୍ତୁ ଜାଣିବା ସକାଳେ ଖାଲି ପେଟରେ କେଉଁ ୪ କାମ କରିବା କଥା ନୁହେଁ |

1. ଖାଲି ପେଟରେ ମଦ ପିଅନ୍ତୁ ନାହିଁ : ଯଦି ଆପଣଙ୍କ ପେଟରେ ଖାଦ୍ୟ ନାହିଁ ତ ଆପଣ ଖାଲି ପେଟରେ ମଦ ପିଅନ୍ତୁ ନାହିଁ | କାରଣ ଏହା ସିଧା ବ୍ଲଡ଼ ଷ୍ଟ୍ରିମକୁ ଯାଇଥାଏ | ଏହା କିଡ୍ନୀ, ଲିଭର, ଲଙ୍ଗସ ଓ ବ୍ରେନକୁ ସିଧା ପ୍ରଭାବିତ କରିଥାଏ | ବେଳେ ବେଳେ ନଷ୍ଟ ବି କରିଥାଏ |

2. ଖାଲି ପେଟରେ ରାଗନ୍ତୁ ନାହିଁ : ସକାଳୁ ଖାଲି ପେଟରେ ଯଦି ଆପଣ ରାଗୁଛନ୍ତି ତ ଏହାର ପ୍ରଭାବ ବ୍ଲଡ଼ ସୁଗାର ଲେବଲ ଉପରେ ପଡିଥାଏ | ଯଦି ସକାଳୁ କିଛି ଖାଇ ନିଅନ୍ତି ତ ରାଗ କମ ଆସିଥାଏ | ତେଣୁ ଖାଲି ପେଟରେ ରାଗ କରିବା କଥା ନୁହେଁ |

3. ସକାଳୁ ଖାଲି ପେଟରେ ପିଅନ୍ତୁ ନାହିଁ କଫି : ଯଦି ଆପଣ ସକାଳୁ ଖାଲି ପେଟରେ କଫି ପିଅନ୍ତି ତ ପେଟରେ ଏସିଡ ସୃଷ୍ଟି ହୁଏ | କାରଣ କଫି ରେ ଥିବା ତତ୍ତ୍ୱ ପେଟରେ ହାଇଡ୍ରୋକ୍ଳରିକ ଏସିଡ ବଢ଼ାଇଥାଏ | ତେଣୁ ସକାଳେ ଖାଲିପେଟରେ କଫି ନ ନେବା ଉଚିତ |

4. ଖାଲି ପେଟରେ ଚୁଇଁଗମ ଚୋବନ୍ତୁ ନାହିଁ : ସକାଳୁ ଖାଲି ପେଟରେ ଯଦି ଆପଣ ଚୁଇଁଗମ ଚୋବାଉଛନ୍ତି ତେବେ ପ୍ରାକୃତିକ କାରଣରୁ ପେଟରେ ହଜମ ଏଞ୍ଜାଇମ ସୃଷ୍ଟି ହେବ | ଫଳରେ ଖାଦ୍ୟ ନପାଇ ପେଟରେ ଏସିଡ ସୃଷ୍ଟି ହେବ | ଏସିଡ କାରଣରୁ ପେଟରେ ଅଳସର ବା ଘା’ ସୃଷ୍ଟି ହେବ | ଫଳରେ ବହୁ ସମସ୍ୟା ଦେଖା ଦେବ | ତେଣୁ ଖାଲି ପେଟରେ ଚୁଇଁଗମ ଚୋବନ୍ତୁ ନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.