Below header

ଯାଜପୁର ଖରସ୍ରୋତା ନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ, ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା

ଯାଜପୁର (କେନ୍ୟୁଜ): ଯାଜପୁର ଖରସ୍ରୋତା ନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ । ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା । ଆଜି ସକାଳୁ ଓଡ୍ରାଫ୍‌ ପକ୍ଷରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏବେବି ଆଉ ୩ ଜଣ ନିଖୋଜ ଅଛନ୍ତି । ଗତକାଲି ରଙ୍ଗ ଖେଳିସାରି ନଦୀରେ ଗାଧୋଇବା ବେଳେ ବଡ଼ସୁଆର ବନ୍ଧମୁଣ୍ଡା ନିକଟରେ ୬ ଜଣ ଭାସିଯାଇଥିଲେ । ନଦୀରେ ବୁଡ଼ି ଯିବା ପରେ ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରଥମେ ୨ଜଣଙ୍କ ମୃତଦେହ ମିଳିଥିଲା। ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୩ ନିଖୋଜଙ୍କୁ ଉଦ୍ଧାର ପାଇଁ ତଲାସୀ ଜାରି ରଖିଛି ଓଡ୍ରାଫ୍‌ ଟିମ୍‌ । ୩ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.