Below header

ଆଜି ରଙ୍ଗର ପର୍ବ ହୋଲି : ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବେ ଲୋକ, ଦୀର୍ଘ ୨ ବର୍ଷ ମିଳିଲା ସୁଯୋଗ

ଭୁବନେଶ୍ବର(କେନ୍ୟୁଜ୍): ଆଜି ରଙ୍ଗର ପର୍ବ ହୋଲି । ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବେ ଲୋକ । ଦୀର୍ଘ ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ । କୋଭିଡ୍‌ ଭୟ ପ୍ରାୟତଃ ନାହିଁ । କଟକଣା ବି ନାହିଁ । ଦୁଇ ବର୍ଷ ପରେ ବାହାରେ ହୋଲି ଖେଳିବା ପାଇଁ ସୁଯୋଗ ମିଳିଛି। ଲୋକେ ଏହାକୁ ନେଇ ବେଶ୍‌ ଉତ୍ସାହିତ । କିଏ ପରିବାର ସହ ଖେଳିବା ପାଇଁ ପ୍ରସ୍ତୁତ ତ ଆଉ କିଏ ସାଙ୍ଗ ସାଥୀଙ୍କ ହୋଲି ଖେଳିବେ । ତେଣୁ ବଜାରରେ ବି ରଙ୍ଗ ପସରା ମେଲିଛି ।

ସେପଟେ ଦୋଳ ପୂର୍ଣ୍ଣିମାରୁ ଉତ୍ତର ଭାରତରେ ହୋଲି ଉତ୍ସବ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଓଡିଶାରେ ହୋଲି ପାଳନ କରାଯିବ । ହୋଲିରେ ରାସାୟନିକ ରଙ୍ଗ ବଦଳରେ ହର୍ବାଲ ହୋଲି ଖେଳି ନିଜକୁ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏଥର ଭଲ ବିକ୍ରି ହେଉଛି ରଙ୍ଗ । ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ଼ । ରାଜଧାନୀର ବିଭିନ୍ନ ଛକରେ ଥିବା ରଙ୍ଗ ଦୋକାନରେ ଭିଡ ଜମାଇଛନ୍ତି ରାଜଧାନୀବାସୀ । ବିଶେଷକରି ହର୍ବାଲ ରଙ୍ଗର ଚାହିଦା ଅଧିକ ରହିଛି । ଗତ ଦୁଇବର୍ଷ ହେଲା କରୋନା କଟକଣା ପାଇଁ ହୋଲି ପାଳନ ହେଉନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.