Below header

ମସରୁମ୍‌ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ, ନିଜ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ମିଳିବ ଅନେକ ରୋଗରୁ ମୁକ୍ତି

ମସରୁମ୍‌ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଏପରି ମଧ୍ୟ ମସରୁମ୍‌ ବହୁତ ସହଜରେ ବଜାରରେ ମିଳିଥାଏ । ବାସ୍ତବରେ ଏହି ଜିନିଷରେ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ । ଏହିପରି ଗୁଣଗୁଡିକ ମସରୁମ୍‌ରେ ମିଳିଥାଏ ଯାହା ମଧୁମେହ, କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ମଧ୍ୟ ବଢାଇଥାଏ ।

ମସରୁମ୍‌ ବା ଛତୁ ଏକ ଏପରି ଶାକାହାରୀ ଖାଦ୍ୟ ଯାହା ଖାଇବା ପାଇଁ ଭାରି ସୁଆଦିଆ । ତେବେ ଆମିସ ଖାଉନଥିବା ଲୋକମାନେ ଏହାକୁ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି । ଏହା ସହ ମସରୁମ୍‌ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଏପରି ମଧ୍ୟ ମସରୁମ୍‌ ବହୁତ ସହଜରେ ବଜାରରେ ମିଳିଥାଏ । ବାସ୍ତବରେ ଏହି ଜିନିଷରେ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ । ଏହିପରି ଗୁଣଗୁଡିକ ମସରୁମ୍‌ରେ ମିଳିଥାଏ ଯାହା ମଧୁମେହ, କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ମଧ୍ୟ ବଢାଇଥାଏ । ଶୀତଦିନେ ମସରୁମ୍‌ ଖାଇବା ଦ୍ୱାରା ଆପଣଙ୍କୁ କେଉଁ ସ୍ୱାସ୍ଥ୍ୟ ଉପକାର ମିଳିବ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ସମରୁମ୍‌ରେ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ :
ପ୍ରୋଟିନ୍, ଭିଟାମିନ୍ A, B, C, D, ସେଲେନିୟମ୍, ଜିଙ୍କ, ଫାଇବର, ଆମିନୋ ଏସିଡ୍ ପରି ପୁଷ୍ଟିକର ଖାଦ୍ୟ ମସରୁମ୍‌ରେ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-କ୍ୟାନ୍ସର, ଆଣ୍ଟିମାଇକ୍ରୋବାୟଲ୍, ଆଣ୍ଟିଡିଏବେଟିକ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ମଧ୍ୟ ମିଳିଥାଏ ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ ।

ମସରୁମ୍‌ ଖାଇବାର ଉପକାରିତା :

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ :
ଶୀତଦିନେ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ହୋଇଯାଏ । ତେଣୁ ଏହାକୁ ବଢାଇବାକୁ ହେଲେ ଆପଣଙ୍କୁ ଖାଦ୍ୟରେ ମସରୁମ୍‌ ସାମିଲ କରିବା ନିହାତି ଜରୁରୀ । ଭିଟାମିନ୍ A, B, C, ବ୍ୟତୀତ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମସରୁମ୍‌ରେ ମିଳିଥାଏ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

ହାର୍ଟକୁ ଭଲ ରଖିଥାଏ :
ମସରୁମ୍‌ରେ ଫାଇବର, ପୋଟାସିୟମ୍, ଭିଟାମିନ୍ C ମିଳିଥାଏ ଯାହା ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ବିଟ୍ ଗ୍ଲୁଟେନ୍ ନାମକ ଏକ ତତ୍ତ୍ୱ ଏଥିରେ ମିଳିଥାଏ ଯାହା କୋଲେଷ୍ଟ୍ରୋଲ୍ କମ୍‌ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ ।

ହାଡକୁ ମଜ୍‌ବୁତ କରିଥାଏ :
ଯଦି ଆପଣଙ୍କର ଗଣ୍ଠିରେ ବହୁତ ଯନ୍ତ୍ରଣା ହେଉଛି କିମ୍ବା ଯଦି ଆପଣଙ୍କର ହାଡରେ ବହୁତ କଷ୍ଟ ହୁଏ । ତେବେ ଆପଣଙ୍କୁ ମସରୁମ୍‌ ଖାଇବା ଆବଶ୍ୟକ । ମସରୁମ୍‌ରେ କ୍ୟାଲସିୟମ୍ ଏବଂ ଭିଟାମିନ୍ D ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଆପଣଙ୍କର ହାଡକୁ ମଜ୍‌ବୁତ କରିବାରେ ସାହାଯ୍ୟ କରେ ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ :
ସୂଚନା ମୁତାବକ, ମସରୁମ୍‌ରେ ଆଣ୍ଟିଡିଏବେଟିକ୍ ଗୁଣ ମିଳିଥାଏ ଯାହା ଆପଣଙ୍କ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଓଜନ କମ୍‌ କରିବାରେ ସାହାର୍ଯ୍ୟ କରେ :
ମସରୁମ୍‌ରେ ଫାଇବର ବ୍ୟତୀତ ପଲିସାକାରାଇଡ୍, ପଲିଫେନୋଲ୍, ଫ୍ଲାଭୋନାଏଡ୍ ପରି ଅନେକ ଜିନିଷ ମିଳିଥାଏ । ଯାହା ଓଜନ କମ୍‌ କରିବା ସହିତ ଆପଣଙ୍କ ହାର୍ଟକୁ ମଧ୍ୟ ଠିକ୍‌ ରଖେ ।poisonous mushrooms

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.