ଆତଙ୍କର ୩୦ ମିନିଟ, ଲାଇଭ୍‌ ପ୍ରୋଗ୍ରାମ ଚାଲିଥିବା ବେଳେ ଟିଭି ଷ୍ଟୁଡିଓରେ ପଶିଲେ ମାସ୍କ ପିନ୍ଧା ବନ୍ଧୁକଧାରୀ

ଇକ୍ୱାଡୋରର ଗୁଆୟାକିଲ ସହରସ୍ଥିତ ଟିସି ଟିଭି ଅଫିସରେ ପଶିଲେ ବନ୍ଧୁକଧାରୀ ଆତତାୟୀ । ସେମାନେ ଷ୍ଟୁଡିଓ ଭିତରେ ଲୋକଙ୍କୁ ଭୟଭୀତ କରି ଷ୍ଟୁଡିଓ ଭିତରେ ଗୁଳି ଫୁଟାଇଥିଲେ । ପ୍ରାୟ ଅଧଘଣ୍ଟା କାଳ ଧରି ଏମାନେ ଆତଙ୍କ ଖେଳାଇଥିଲେ ।

ଲାଟିନ ଆମେରିକା ଦେଶ ଇକ୍ୱାଡୋରରେ ଆତଙ୍କ ଖେଳାଇଲେ ମାସ୍କ ପିନ୍ଧା ବନ୍ଧୁକଧାରୀ । ତା ପୁଣି ଟିଭି ଷ୍ଟୁଡିଓ ଲାଇଭ ପ୍ରୋଗ୍ରାମରେ । ଟିଭିରେ ଲାଇଭ ପ୍ରୋଗ୍ରାମରେ ପଶି ସେମାନେ ମାରି ଦେବାର ଧମକ ଦେଇ ସେଠାରେ ଉପସ୍ଥିତ କର୍ମଚାରୀ ଓ ସାଧାରଣ ଲୋକଙ୍କ ହାତ ବାନ୍ଧି ତଳେ ପକାଇ ଦେଇଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏପରି ସ୍ଥିତି ପରେ ୩୬ ବର୍ଷୀୟ ରାଷ୍ଟ୍ରପତି ଡାନିଏଲ ନୋବୋଆ ଦୁଇ ମାସ ପାଇଁ ସମଗ୍ର ଦେଶରେ ଏମରଜେନ୍ସୀ ଓ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ।

ଖବର ମୁତାବକ, ଗତକାଲି କିଛି ବନ୍ଧୁକଧାରୀ ଆତତାୟୀ ଇକ୍ୱାଡୋରର ଗୁଆୟାକିଲ ସହରସ୍ଥିତ ଟିସି ଟିଭି ଅଫିସରେ ପଶିଥିଲେ । ସେମାନେ ଷ୍ଟୁଡିଓ ଭିତରେ ଲୋକଙ୍କୁ ଭୟଭୀତ କରି ଷ୍ଟୁଡିଓ ଭିତରେ ଗୁଳି ଫୁଟାଇଥିଲେ । ଏହା ଶୁଣିବା ପରେ ଲୋକେ ଭୟଭୀତ ହୋଇଥିଲେ । ତେବେ ଘଟଣାରେ ମୃତାହତ ଖବର କିଛି ସ୍ପଷ୍ଟ ଭାବେ ମିଳିନାହିଁ । ପ୍ରାୟ ଅଧଘଣ୍ଟା କାଳ ଧରି ଏମାନେ ଆତଙ୍କ ଖେଳାଇଥିଲେ ।

ଲୋକମାନେ ପାଟି କଲେ ବୋମା ପକାଇବାକୁ ଧମକ ଦେଇଥିଲେ । ଏ ସମସ୍ତ ଘଟଣା ଲାଇଭ ଟିଭି ଶୋରେ ଅତିକମରେ ୧୫ ମିନିଟରୁ ଅଧିକ ଚାଲିଥିଲା ।

ରାଷ୍ଟ୍ରପତି ଡାନିଏଲ୍ ନୋବୋଆ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିବାର ଦିନକ ପରେ ଅନ୍ୟୂନ ୭ଜଣ ପୋଲିସ ଅଧିକାରୀଙ୍କୁ ଅପହରଣ ଓ ସରିଜ୍ ବୋମା ବିସ୍ଫୋରଣ କରାଯିବା ପରେ ମଙ୍ଗଳବାର ଦିନ ଟେଲିଭିଜନ୍ କେନ୍ଦ୍ର ଦଖଲ କରି ନିଆଯାଇଛି ।

ଇକ୍ୱାଡୋର ସବୁଠୁ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ମଧ୍ୟରୁ ଜଣେ ଜେଲ୍ରୁ ଖସି ପଳାଇବାର କିଛି ସମୟ ପରେ ଗ୍ୟାଙ୍ଗଷ୍ଟରମାନେ ଯୁଦ୍ଧ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.