ଦନ୍ତା ଉତ୍ପାତ; କ୍ଷତିପୂରଣ ଦାବିରେ ତାତିଲେ ଗ୍ରାମବାସୀ, ରେଞ୍ଜର ଓ ଫରେଷ୍ଟର ଅଟକ

ହାତୀ ପାଇଁ ହଟହଟା । ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ । କ୍ଷତିପୂରଣ ଦାବିରେ ରେଞ୍ଜର ଓ ଫରେଷ୍ଟର ଅଟକ ରହିଥିବା ବେଳେ ଡିଏଫଓ ନ ଆସିବା ଯାଏ ସେମାନଙ୍କୁ ଛାଡିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଗ୍ରାମବାସୀ।

ବଣାଇ (କେନ୍ୟୁଜ୍‌): ହାତୀ ପାଇଁ ହଟହଟା । ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ । କ୍ଷତିପୂରଣ ଦାବିରେ ରେଞ୍ଜର ଓ ଫରେଷ୍ଟର ଅଟକ ରହିଥିବା ବେଳେ ଡିଏଫଓ ନ ଆସିବା ଯାଏ ସେମାନଙ୍କୁ ଛାଡିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଗ୍ରାମବାସୀ ।

ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ଜକେଇକଳା ଗାଁର ଲୋକେ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ କିଛି ଦିନ ହେବ ଉତ୍ପାତ ଚଳାଇଛନ୍ତି । ତଳିତା, ଜକେଇକଳା, ବଡପୋଷ, ଗୋଗୁଆ, ଭାଙ୍ଗଡ଼ିହି ଓ ବାଘାପାଲି ଗାଁରେ ପଶି ଘର ଭାଙ୍ଗିବା ସହ ଧାନ, ଚାଉଳ ଆଦି ଖାଇଯାଉଛନ୍ତି । ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିବା ସହ ନିଆଁ ଜାଳି ରାସ୍ତାରୋକ କରିଥିଲେ। ଏତିକିବେଳେ ବୁଝାଶୁଝା ପାଇଁ ଆସିଥିବା ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.