ବଢିଲା ଅଯୋଧ୍ୟା ଏୟାରପୋର୍ଟର ସୁରକ୍ଷା, CISFକୁ ଦିଆଗଲା ଦାୟିତ୍ୱ

ଆସନ୍ତା ୨୨ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଯୋଧ୍ୟା ସଜେଇ ହୋଇଛି । ପ୍ରାଣପ୍ରତିଷ୍ଠା ଦିନ ଦେଶ ବିଦେଶରୁ କୋଟି କୋଟି ସଂଖ୍ୟାରେ ରାମଭକ୍ତ ଅଯୋଧ୍ୟା ଆସିବେ । ଏହାକୁ ଧ୍ୟାନରେ ରଖି ଅଯୋଧ୍ୟାରେ ନବନିର୍ମିତ ମହର୍ଷି ବାଲ୍ମିକୀ ଏୟାରପୋର୍ଟ ସୁରକ୍ଷା ଦାୟିତ୍ୱ ସିଆଇଏସଏଫ ହାତରେ ଦିଆଯାଇଛି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସମସ୍ତ କାର୍ଯ୍ୟ ଜୋରସୋରରେ ଚାଲିଛି । ଆସନ୍ତା ୨୨ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଯୋଧ୍ୟା ସଜେଇ ହୋଇଛି । ପ୍ରାଣପ୍ରତିଷ୍ଠା ଦିନ ଦେଶ ବିଦେଶରୁ କୋଟି କୋଟି ସଂଖ୍ୟାରେ ରାମଭକ୍ତ ଅଯୋଧ୍ୟା ଆସିବେ । ଏହାକୁ ଧ୍ୟାନରେ ରଖି ଅଯୋଧ୍ୟାରେ ନବନିର୍ମିତ ମହର୍ଷି ବାଲ୍ମିକୀ ଏୟାରପୋର୍ଟ ସୁରକ୍ଷା ଦାୟିତ୍ୱ ସିଆଇଏସଏଫ ହାତରେ ଦିଆଯାଇଛି । ନବନିର୍ମିତ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିସାରିଛନ୍ତି । ଆଉ ଏହାର ସୁରକ୍ଷା ପାଇଁ ସିଆଇଏସଏଫ ଏବଂ ଖାସ୍‌ ପାରାମିଲିଟାରୀ ଫୋର୍ସକୁ ଦିଆଯାଇଛି ।

ଅଯୋଧ୍ୟା ଏୟାରପୋର୍ଟ ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ଦିଆଯାଇଛି । ୩୦ ଡିସେମ୍ବରରେ ମୋଦି ଏହାକୁ ଉଦ୍‌ଘାଟନ କରିଥିଲେ । ଏହାର ନାମ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ ରହିଛି ।

ସିଆଇଏସଏଫ ଏୟାରପୋର୍ଟ ସୁରକ୍ଷା ଦାୟିତ୍ୱରେ ରହିବେ । ବିମାନବନ୍ଦରରେ ୨୫୦ ସୁରକ୍ଷା କର୍ମୀ ଓ ଅଧିକାରୀ ମୁତୟନ ହୋଇଛନ୍ତି। CISF ଭାରତ ଗୃହ ମନ୍ତ୍ରଣାଳୟ ଅଧୀନ ଏକ ପୋଲିସ ସଂଗଠନ । CISF ପୂରା ଭାରତରେ ୩୫୬ରୁ ଅଧିକ ଉଦ୍ୟୋଗିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟକୁ ସୁରକ୍ଷା ପ୍ରଦାନ କରୁଛନ୍ତି ।

ରାମ ଲଲାଙ୍କ ଦର୍ଶନ ପାଇଁ ସମଗ୍ର ବିଶ୍ୱର ବିଭିନ୍ନ କୋଣରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଆସନ୍ତା ୧୬ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟାରେ ସମସ୍ତ ମନ୍ଦିରରେ ଅଖଣ୍ଡ ରାମାୟଣ ପାଠ ହେବ । ଜାନୁଆରୀ ୨୨ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଖାଲି ସେତିକି ନୁହେଁ, ଅଯୋଧ୍ୟାରେ ସମସ୍ତ ମଦ ଦୋକାନ ଏବଂ ମାଂସ ଦୋକାନ ବନ୍ଦ ରଖିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.