‘ଆବର୍ଜନା ମୁକ୍ତ ସହର’ ଭାବେ ମନୋନୀତ ହୋଇଛି ଭଞ୍ଜନଗର, ପାଇବ ଜାତୀୟ ପୁରସ୍କାର

ସମ୍ପ୍ରତିକ ସମୟରେ ଜନବସତି ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ଆବର୍ଜନା ମୁକ୍ତ କରିବା ପାଇଁ ଆନ୍ତରିକ ପ୍ରୟାସ ହିଁ ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେଇଥାଏ । ଯାହାର ଫଳ ସ୍ୱରୂପ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ଏବେ, ଜାତୀୟ ସ୍ତରରେ “ଆବର୍ଜନା ମୁକ୍ତ ସହର” ଭାବେ ସମ୍ମାନୀତ ହେବାକୁ ଯାଉଛି । ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ।

ସାମଗ୍ରିକ ବିକାଶ ଏବଂ ନିରନ୍ତର ଉଦ୍ୟମ ହିଁ, ସବୁବେଳେ ସକରାତ୍ମକ ପ୍ରଭାବ ସୃଷ୍ଟି କରିଥାଏ । ଉଦାହରଣ ସ୍ୱରୂପ, ସମ୍ପ୍ରତିକ ସମୟରେ ଜନବସତି ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ଆବର୍ଜନା ମୁକ୍ତ କରିବା ପାଇଁ ଆନ୍ତରିକ ପ୍ରୟାସ ହିଁ ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେଇଥାଏ । ଯାହାର ଫଳ ସ୍ୱରୂପ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ଏବେ, ଜାତୀୟ ସ୍ତରରେ “ଆବର୍ଜନା ମୁକ୍ତ ସହର” ଭାବେ ସମ୍ମାନୀତ ହେବାକୁ ଯାଉଛି । ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ।

ଆବର୍ଜନା ମୁକ୍ତ ସହର ପାଇଁ, ଜାତୀୟ ସ୍ତରରେ ପୁରସ୍କୃତ ହେବାକୁ ଯାଉଛି ଏହି ସହର । ଏଥିପାଇଁ ଆସନ୍ତା କାଲି ଅର୍ଥାତ ୧୧ ତାରିଖରେ, ନୂଆଦିଲ୍ଲୀ ଠାରେ ପୁରସ୍କାର ଗ୍ରହଣ କରିବେ, ଭଞ୍ଜନଗର ଏନଏସିର ନଗରପାଳ ଏବଂ ନିର୍ବାହୀ ଅଧିକାରୀ । ଏନେଇ ସହରବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ – ୨୦୨୩ ଅନୁସାରେ, ଆବର୍ଜନା ମୁକ୍ତ ସହର ଭାବେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହରକୁ ମନୋନୀତ କରାଯାଇଛି ।

ଏଥିପାଇଁ ବିଭିନ୍ନ ମାନଦଣ୍ଡକୁ ବିଚାରକୁ ନେଇଥିଲେ, ସର୍ବେକ୍ଷଣ ପ୍ରତିନିଧି ଦଳ । ଯାହାକି ସହରର ପରିମଳ ଏବଂ ସ୍ୱଚ୍ଛତା ବ୍ୟବସ୍ଥା, ସର୍ବୋକୃଷ୍ଟ ଥିବା ପ୍ରମାଣିତ ହୋଇଥିଲା । ଏଥିପାଇଁ ଭଞ୍ଜନଗର ଏନଏସିର ଜନପ୍ରତିନିଧିଙ୍କ ଠାରୁ କର୍ମଚାରୀ ଓ ସହରବାସୀଙ୍କ ଉଦ୍ୟମ, ଆଜି ଜାତୀୟ ସ୍ତରରେ ସମ୍ମାନ ଆଣିବାକୁ ସହାୟକ ହୋଇଛି ବୋଲି, ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ୧୯୫୭ ମସିହାରେ ପ୍ରତିଷ୍ଠା ହୋଇଥିଲା ଭଞ୍ଜନଗର ଏନଏସି ।

ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ରାଜ୍ୟର ସବୁ ଏନଏସି ଭଳି ଭଞ୍ଜନଗର ସହରର ବିକାଶ ପାଇଁ ଗୁରୁତ୍ୱ ଦିଆଯାଇ ଆସୁଥିଲା । ବିଶେଷ କରି ଗତ କିଛିବର୍ଷ ହେଲା, ରାଜ୍ୟ ସରକାରଙ୍କ ଯୋଜନା ପ୍ରକାରେ ସହରର ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ଆସୁଛି । ପ୍ରତ୍ୟେକ ଦିନ ସହର ସମେତ ପ୍ରତ୍ୟେକ ୱାର୍ଡକୁ, ସଫେଇ କରାଯାଉଛି । ଏପରିକି, ସହରରୁ ବାହାରୁଥିବା ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ, MCC ଏବଂ MRF ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ଯାହା, ସ୍ୱଚ୍ଛତା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିପାରିଛି ।

ଏବେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି, ଭଞ୍ଜନଗର ଏନଏସିର ନଗରପାଳ ଏବଂ ନିର୍ବାହୀ ଅଧିକାରୀ । ପ୍ରଥମ ଥରପାଇଁ ସ୍ୱଛତା କ୍ଷେତ୍ରରେ ସମ୍ମାନିତ ହେବାକୁ ଯାଉଥିବା ଖବର ପ୍ରସାରିତ ହେବାପରେ, ସହରବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଯାହାକି ସ୍ୱଛତା କ୍ଷେତ୍ରରେ, ରାଜ୍ୟର ଅନ୍ୟ ସହର ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଯାଉଛି ଭଞ୍ଜନଗର ଏନଏସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.